ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ଫସି ରହିଲେ ୧୩ ମତ୍ସ୍ୟଜୀବୀ

ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର । ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ହୋଇଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦିଆଯାଇଛି। ହେଲେ ସେମାନଙ୍କୁ ନେଇ ଯାଇଥିବା ଟ୍ରଲରଟି ସମୁଦ୍ର ମଝିରେ ବୁଡ଼ି ଯାଇଛି। ଏପରି ଅଘଟଣ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି। ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଥିବା ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

2 × four =