ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ ରାନୁ,ଦେଖନ୍ତୁ ଭିଡିଓ

ମୁମ୍ବାଇ () ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ ତାଙ୍କର ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି। ରାନୁଙ୍କ ବ୍ୟବହାର ଦିନକୁ ଦିନ କଢ଼ା ହେବାକୁ ଲାଗିଛି।

ନିକଟରେ ତାଙ୍କ ପ୍ରଂଶସକଙ୍କୁ ଦୁର୍ବ୍ୟବହାର କରିଥିଲେ। କିଛି ଦିନ ତଳେ ରାନୁଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ତାଙ୍କ ସହ ସେଲଫି ନେବାକୁ ଆସିଥିବା ଜଣେ ମହିଳାଙ୍କୁ ରାନୁ ଅଜବ ପ୍ରକାର ବ୍ୟବହାର କରିଥିଲେ।

ଏହି ଘଟଣାର କିଛି ଦିନ ପରେ ରାନୁଙ୍କ ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁ ଭିଡିଓରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ସେ ଅଜବ ଢ଼ଙ୍ଗରେ ଦେଇଛନ୍ତି।

 

View this post on Instagram

Kya se kya hogaye dekhte dekhte 🙇 #ranumondal

A post shared by Our Vadodara (@clickers_of_vadodara) on

ରାନୁଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ ଆପଣ ଯାହା ସ୍ବପ୍ନ ଦେଖିଥିଲେ ତାହା ବାସ୍ତବରେ ପରିଣତ ହୋଇଛି କି? ଏହି ସମୟରେ ରାନୁ ପପ୍କନ ଖାଉଥିଲେ। ହୁଏତ ସାମ୍ବାଦିକଙ୍କ ପ୍ରଶ୍ନ ରାନୁ ଶୁଣି ପାରି ନଥିଲେ। ସେଥିଲାଗି ରାନୁ ନିଜର ମୁହଁକୁ ବିକୃତ କରି କହିଥିଲେ କଣ କହୁଛନ୍ତି ଶୁଭି ନାହିଁ। ତାଙ୍କ ମୁହଁର ହାବଭାବରୁ ଜଣା ପଡ଼ୁଥିଲା କି ରାନୁ ଆଗଭଳି ଆଉ ନାହାନ୍ତି। ତାଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଛି। ତାଙ୍କର ପୂର୍ବ ସାକ୍ଷାତାକାର ଏବଂ ବର୍ତ୍ତମାନର ସାକ୍ଷାତାକାର ଭିତରେ ଆକାଶ ପାତଳ ପାର୍ଥକ୍ୟ ରହିଛି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

Share

Leave a Reply

Your email address will not be published. Required fields are marked *

6 − 4 =