ହଜାର ଲିଟର କିରୋସିନ ଜବତ

ଜଟଣୀ: ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ ଜ୍ଝ ଗୋଟିଏ ଗ୍ରାମର ଦୁଇଟି ପୃଥକ ପୃଥକ ଜାଗାରୁ ୩୨ଟି ୨୦୦ଲିଟର ଟିଣ ଡ୍ରମ ଏବଂ ୧୬ଟା ୫୦ଲିଟର ପ୍ଲାଷ୍ଟିକ ଡ୍ରମରେ ବେଆଇନ୍ ଭାବେ ସାତ ହଜାର ଲିଟର କିରୋସିନ୍ ପୋଲିସ ହାତରେ ଧରାପଡିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଯାଆଁଳା ଫାଣ୍ଡି ଅଧୀନ ପିତାପଲ୍ଲୀ ଗ୍ରାମରେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କିରୋସିନ ବେପାରୀ ଖସି ପଳାଇ ଥିବା ବେଳେ ସବୁ କିରୋସିନ ଡ୍ରମକୁ ଜଟଣୀ ପୋଲିସ ଜବତ କରିଛି । ଏହି କିରୋସିନ ପିଡ଼ିଏସ ସାମଗ୍ରୀ ହୋଇଥିବା ବେଳେ ଜଟଣୀ ପୋଲିସ କେସ ନମ୍ବର ୨୯୦/୨୧ ରେ ମାମଲା ରୁଜୁ କରିଛି । ଏହି ଘଟଣାରେ ଅନ୍ୟମାନେ ଖସି ପଳାଇ ଥିବା ବେଳେ ପିତାପଲ୍ଲୀ ଗ୍ରାମର ମଙ୍ଗୁଳି ସ୍ୱାଇଁଙ୍କୁ ଗିରଫ କରାଯାଇଛି । 

ଦୀର୍ଘ ଦିନ ହେଲାଣି ଏହି ଅଞ୍ଚଳରେ ଚୋରା କିରୋସିନ,ଡିଜେଲ ଇତ୍ୟାଦି କାରବାର ହେଉଥିଲା । ଜାତୀୟ ରାଜପଥରେ ପିତାପଲ୍ଲୀ ଛକରେ ଛିଡା ହେଉଥିବା ଟ୍ରକ ଗୁଡ଼ିକରୁ ଡିଜେଲ ଏବଂ ପିଡ଼ିଏସ କିରୋସିନ ନେଇ ଯାଉଥିବା ଟ୍ରକରୁ କିରୋସିନ ଚୋରି ହୋଇଥାଏ । ଏହି କିରୋସିନ ଚୋରି ଗ୍ୟାଙ୍ଗରେ ପିତାପଲ୍ଲୀ ଅଞ୍ଚଳର ବହୁ ଚୋରା ବେପାରୀ ସମ୍ପୃକ୍ତ ଅଛନ୍ତି । ଜଟଣୀ ପୋଲିସ ଏହାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଚୋରା ବେପାରୀ ମାନଙ୍କୁ ଗିରଫ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି । 

Share

Leave a Reply

Your email address will not be published. Required fields are marked *

16 − eight =