ଖାରଜ ହେଲା ଜାମିନ ଆବେଦନ

ଭୁବନେଶ୍ୱର () ଜେଲ ଗଲେ ଓଡ଼ିଶା କ୍ରିକେଟ ଆସୋସିଏସନ୍ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ।ସିବିଆଇ ସିଜେଏମରେ ଜାମିନ ଆବେଦନ ଖାରଜ ହେବା ପରେ ଜଲେ ଗଲେ ଆଶୀର୍ବାଦ ।

ସୂଚନାଯୋଗ୍ୟ ଆଜି ସକାଳେ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଥିଲ। ତାଙ୍କ ସହ ଜନୈକ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ବି ସିବିଆଇ ଗିରଫ କରିଥିଲା। ଉଭୟଙ୍କୁ ସିବିଆଇ ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଗିରଫ କରାଯାଇଥିଲା ।

ଚଳିତ ବର୍ଷ ସିବିଆଇ ଆଶୀର୍ବାଦଙ୍କ ନାଁରେ ଚିଟଫଣ୍ଡ ସଂପୃକ୍ତି ନେଇ ସପ୍ଲିମେଂଟାରୀ ଚାର୍ଜସିଟ୍ ଦାଖଲ କରିଥିଲା । ଏହା ପରେ ଆଜି ତାଙ୍କୁ ଗିରଫ କରିଥିଲା । ୨୦୧୧ ମସିହାରେ ଓଡିଶା ପ୍ରିମିୟର ଲିଗ୍ ବା ଓପିଏଲ୍ ରେ ଅର୍ଥଲଗାଇଥିଲା ଅର୍ଥତତ୍ୱ । ଓଡିଶା ରଣଜୀର ସ୍ପନସରସିପ୍ ସହିତ ଓପିଏଲ୍ ର ପ୍ରସାର ପାଇଁ ଓସିଏକୁ ଅର୍ଥତତ୍ୱ କୋଟିଏ ଟଙ୍କା ଦେଇଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଛି ସିବିଆଇ ।

Share

Leave a Reply

Your email address will not be published. Required fields are marked *

sixteen − 3 =