ଅଲିମ୍ପିକକୁ ବଜରଙ୍ଗ ଓ ରବିଙ୍କ ଯୋଗ୍ୟତା

ନୁର୍-ସୁଲତାନ (କଜାଖସ୍ତାନ)  ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ପୁନିଅ । (୬୫ କେଜି) ଓ ରବି କୁମାର ଦାହିୟା (୫୭ କେଜି) ଏଠାରେ ଚାଲିଥିବା ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ଅ ।ସନ୍ତାବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକକୁ କ୍ୱାଲିଫାଏ କରିଛନ୍ତି । ତେବେ ଉଭୟ ଭାରତୀୟ ରେସଲରଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେମାନେ ଶୁକ୍ରବାର ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ ।

ରବି ୫୭ କେଜି ସେମିଫାଇନାଲରେ ରୁଷର ଜୌର ଉଗୁଏଭଙ୍କଠାରୁ ୪-୬ରେ ପରାସ୍ତ ହୋଇଥିବା ବେଳେ ବଜରଙ୍ଗ ୬୫ କେଜି ବର୍ଗର ଅନ୍ତିମ-୪ ମୁକାବିଲାରେ କଜାଖସ୍ତାନର ଦୌଲତ ନିୟାଜବେକୋଭଙ୍କଠାରୁ ହାରିଯାଇଛନ୍ତି । ପୁନିଅ । ଏକ ସମୟରେ ୨-୯ରେ ପଛୁଆ ଥିଲେ, କିନ୍ତୁ ପରେ ସେ ପ୍ରତ୍ୟାବର୍ତ୍ତନ କରି ଏହାକୁ ୯-୯ରେ ବରାବର କରିଥିଲେ । ହେଲେ ଟାଇବ୍ରେକରରେ ପୁନିଆ ହାରିଯାଇଥିଲେ । ଗତବର୍ଷ ବୁଦାପେଷ୍ଟରେ ଅ ।ୟୋଜିତ ୱାର୍ଲ୍ଡ ଚାମ୍ପିୟନଶିପରେ ବଜରଙ୍ଗ ରୌପ୍ୟ ପଦକ ଜିତିଥିଲେ । ତେବେ ୱାର୍ଲ୍ଡ ଚାମ୍ପିୟନଶିପରେ ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର୍ ଭାବେ ୨୦୧୦ରେ ମସ୍କୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ବଜରଙ୍ଗ ନିଜର ପ୍ରଥମ ମୁକାବିଲାରେ ପୋଲାଣ୍ଡର କ୍ରିଜଟଫ୍ ବିଏନକୋନସ୍କିଙ୍କୁ ୯-୨ରେ ପରାସ୍ତ କରିଥିଲେ । ପ୍ରି-କ୍ୱାର୍ଟରଫାଇନାଲରେ ସେ ସ୍ଲୋଭାକିଆରେ ଡେଭିଡ୍ ହାବାଟଙ୍କୁ ୩-୦ରେ ହରାଇ କ୍ୱାର୍ଟରଫାଇନାଲରେ ସ୍ଥାନ ହାସଲ କରିଥିଲେ । କ୍ୱାର୍ଟରରେ ବଜରଙ୍ଗ କୋରିଅ ।ର ଜଙ୍ଗ ଚୋଇ ସୋନଙ୍କ ୮-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ।

ଅନ୍ୟପକ୍ଷରେ ରବି ନିଜର ପ୍ରଥମ ମୁକାବିଲାରେ କୋରିଆର କିମ୍ ସୁଙ୍ଗଙ୍କୁ ୧୧-୦ରେ ହରାଇଥିବା ବେଳେ ପ୍ରି-କ୍ୱାର୍ଟରଫାଇନାଲରେ ଅ ।ର୍ମେନିଅ ।ର ଅ ।ର୍ସେନ୍ ହାରୁତୟୁନୟାନଙ୍କୁ ୧୮-୬ରେ ହରାଇ କ୍ୱାର୍ଟରରେ ପହଞ୍ଚିଥିଲେ । ଅନ୍ତିମ-୮ରେ ରବି ପୂର୍ବତନ ୱାର୍ଲ୍ଡ ଚାମ୍ପିୟନ୍ ଜାପାନର ୟୁକି ତାକାହାଶିଙ୍କୁ ୬-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ ଏବଂ ଏହା ସହ ଭାରତକୁ ଟୋକିଓ ଅଲିମ୍ପିକର ଦ୍ୱିତୀୟ କୋଟା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

two × one =