145 ସିଭିଲ ସର୍ଭିସ ଅଫିସରଙ୍କୁ ମିଳିଲା ନିଯୁକ୍ତିପତ୍ର

ଭୁବନେଶ୍ବର (ନିପ୍ର):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଜୟଦେବ ଭବନ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪୫ ଜଣ ଓଡିଶା ସିଭିଲ ସର୍ଭିସ ଅଫିସରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ନୂଆ କରି ନିଯୁକ୍ତ ହୋଇଥିବା ଏହି ସିଭିଲ ସର୍ଭିସ ଅଧିକାରୀ ମାନଙ୍କର ଓରିଏଂଟେସନ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ପ୍ରଶାସନର ମୁଖ୍ୟଧାରାକୁ ଆସିଥିବା କାରଣରୁ ସ୍ବାଗତ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଜନସାଧାରଣଙ୍କୁ ସାର୍ବଜନିକ ସେବା ଯୋଗାଇ ଦେବା ପାଇଁ ସେ ସର୍ବାଧିକ ଗୁରୁତ୍ବ ଦେଇ ଆସିଛନ୍ତି। ଏଥି ନିମିତ ହୋଇଥିବା ପ୍ରୟାସ କାରଣରୁ ରାଜ୍ୟରେ ଏକ ସ୍ଥାୟୀ ଓ ଉତରଦାୟୀ ପ୍ରଶାସନିକ ବ୍ୟବସ୍ଥା ତିଆରି ହୋଇପାରିଛି । ଏହାକୁ ଆପଣ ମାନେ ଆଗାମୀ ଦିନରେ ଆଗକୁ ବଢାଇବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅଧିକାରୀ ମାନଙ୍କୁ କହିଛନ୍ତି  ।

ଏକ ସ୍ବଚ୍ଛ, ପ୍ରଭାବୀ ପ୍ରଶାସନ ଦ୍ବାରା ସାଧାରଣ ଲୋକମାନଙ୍କର ଜୀବନ ମାନରେ ସୁଧାର ଆଣିବା ଉପରେ ରାଜ୍ୟ ପ୍ରଶାସନର ଧ୍ୟାନ ଦେଉଛନ୍ତି  । ଟିମ ଭାବନାକୁ ପ୍ରୋତ୍ସାହନ ଦେଇ, ସ୍ବଚ୍ଛତା ମାଧ୍ୟମରେ ନୂତନ ଟେକ୍ନୋଲଜିର ବ୍ୟବହାର କରି ଲୋକମାନଙ୍କୁ ସେବା ଯୋଗାଇ ଦେବା ତାଙ୍କ ସରକାରଙ୍କର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ  ।

ଏହି କାରଣରୁ ନୂତନ କରି ଯୋଗ ଦେଉଥିବା ଏହି ଅଧିକାରୀ ମାନଙ୍କୁ ଅତ୍ୟନ୍ତ ସମର୍ପଣ ଓ ଦୃଢତାର ସହିତ କାମ କରି ସାଧାରଣ ଲୋକ ମାନଙ୍କର ସମସ୍ୟାର ସମାଧାନ କରିବା ସହ ତାଙ୍କର ବିଶ୍ବାସଭାଜନ ହେବାକୁ ସେ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି, ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

17 + nine =