ହାତୀ ପୋଡି ଘଟଣାରେ ୨ ବନକର୍ମଚାରୀ ନିଲମ୍ବିତ

ସୁନ୍ଦରଗଡ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୁନାଖାନ ସେକ୍ସନ ସୁନାଖଣ୍ଡି ଗାଁର ହାତିକୁ ମାରି ପୋଡିଦେଇଛନ୍ତି ଲୋକେ । ଘଟଣାରେ ଜଣେ ଗିରଫ ହୋଇଥିବାବେଳେ ୩ ଜଣ ଅଟକ ଅଛନ୍ତି । ବନବିଭାଗ ଘଟଣାସ୍ଥଳରେ ପଂହଚି ତନାଘନା ଆରମ୍ଭ କରିଛି । ଖବର ଅନୁସାରେ, ୧୦ ଦିନ ତଳେ ରାଜଗାଙ୍ଗପୁରର ଏହି ଅଂଚଳରେ କିଛି ହାତୀ ଉପଦ୍ରବ କରିଥିଲେ । ହାତୀପଲ ଚାଷ ନଷ୍ଟ କରିବା ସହ ଦୁଇଜଣଙ୍କୁ କଚାଡି ମାରିଦେଇଥିଲେ । ଏଥିରେ ଉତ୍ୟକ୍ତ ଲୋକେ ପାଂଚଦିନ ତଳେ ଗୋଟିଏ ହାତୀକୁ ମାରି ପୋତିଦେଇଥିଲେ । ଗତକାଲି ଏହି ଘଟଣା ପ୍ରଘଟ ହେବା ପରେ ପ୍ରମାଣ ନଷ୍ଟ କରିଦେବା ଭୟରେ ଲୋକେ ହାତୀକୁ ପୋଡିଦେଇଥିବା ଜଣାଯାଇଛି । ଲୋକେ ହାତୀକୁ କେମିତି ମାରିଲେ ସେ ନେଇ ତଦନ୍ତ ଚାଲିଛି ।

Share

Leave a Reply

Your email address will not be published. Required fields are marked *

10 − 6 =