ପୂର୍ବତନ ସରପଂଚଙ୍କୁ ହତ୍ୟା

ବ୍ରହ୍ମପୁର: ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ହତ୍ୟା କରାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ପ୍ରଦୀପ ସ୍କୁଟିରେ ଯାଉଥିବା ବେଳେ ସୁକୁଣ୍ଡା ନିକଟ ମୁଖ୍ୟ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ମୁଣ୍ଡରେ ତାଙ୍କର ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏକ ମାମଲାରେ ଜେଲରେ ଥିବା ପ୍ରଦୀପ ପାରୋଲରେ ଆସି ବ୍ରହ୍ମପୁରେ ରହୁଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − four =