ଫାଭିପିରାଭିର ବ୍ୟବହାର ନେଇ ଏସଓପି ଜାରି

ଭୁବନେଶ୍ୱର()   ହୋମ ଆଇସୋଲେସନ ଆକ୍ରାନ୍ତଙ୍କୁ ଫାଭିପିରାଭିର ଦେବା ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି ।  ଜିଲ୍ଲାପାଳ, କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ସମ୍ପୃକ୍ତ ଏସଓପି ପଠାଇଛନ୍ତି ।  କରୋନା ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର ଦିଆଯିବ ସେ ନେଇ ଏସଓପି ଜାରି କରାଯାଇଛି ।
୧- ଡାକ୍ତରଙ୍କ ପରାମର୍ଶରେ ଫାଭିପିରାଭିର ଖାଉଥିବା ରୋଗୀଙ୍କୁ ଆରଆରଟି ଭେଟିବେ ।
୨- ଆକ୍ରାନ୍ତଙ୍କ ଉପରେ ବ୍ୟକ୍ତିଗତ ବା ଟେଲିଫୋନରେ ନିୟମିତ ନଜର ରଖାଯିବ ।
୩- ଡାକ୍ତରଙ୍କ କହିବା ମୁତାବକ ଫାଭିପିରାଭିର ସେବନ କରିବାକୁ  ପରାମର୍ଶ ଦିଆଯାଇଛି ।
୪- ଫାଭିପିରାଭିର ଦ୍ୱାରା ୟୁରିକ ଏସିଡ ବୃଦ୍ଧି ଓ ଡାଇରିଆ ଲକ୍ଷଣ ଦେଖା ଦେଇଥାଏ । ଏମିତି କିଛି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ ।
୫- ପିଲା ଉପରେ ପ୍ରଭାବ ପକାଉଥିବାରୁ ଗର୍ଭବତୀଙ୍କୁ ଫାଭିପିରାଭିର ମନା ।
୬- ଛୋଟପିଲାଙ୍କୁ ଫାଭିପିରାଭିର ଆଦୌ ନଦେବାକୁ ଏସଓପିରେ ଉଲ୍ଲେଖ କରାଯାଇଛି ।
୭- ଫାଭିପିରାଭିର ନଭାଙ୍ଗି ବା ନଚୋବାଇ ସିଧା ଗିଳି ଦେବାକୁ ପରାମର୍ଶ ଦିଆଯାଇଛି

Share

Leave a Reply

Your email address will not be published. Required fields are marked *

14 + 6 =