କେନ୍ଦ୍ରମନ୍ତ୍ରୀ କୃଷି ଆଇନ ନେଇ ଆଂଶିକ ସତ କହୁଛନ୍ତି

ଭୁବନେଶ୍ୱର()  କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ସମ୍ପର୍କରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଂଶିକ ସତ କହୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।  କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ରଖିବା  ପରେ  ବିଧାୟକ  ପ୍ରତାପ ଦେବ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ।

ସେ କହିଛନ୍ତି ଯେ,  କୃଷି ଆଇନରେ ଏମଏସପି ପ୍ରତିଶ୍ରୁତି ଥିଲେ  କାହା ମନରେ ସନେ୍ଦହ ରହିନଥାନ୍ତା ।  ହେଲେ ଆଇନରେ ଏମଏସପି ନେଇ କିଛି ବ୍ୟବସ୍ଥା ନାହିଁ ।   ମଧ୍ୟସ୍ଥି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାହା କହୁଛନ୍ତି, ଆଂଶିକ ସତ କହୁଛନ୍ତି ।  ଏଥିରେ କ୍ଷୁଦ୍ର ମଧ୍ୟସ୍ଥି ବଦଳରେ ବଡ଼ ବଡ଼ କର୍ପୋରେଟ ମଧ୍ୟସ୍ଥି ଆସିବେ ।  କଣ୍ଟ୍ରାକ୍ଟ ଫାର୍ମିଂରେ ବଡ଼ ବଡ଼ କର୍ପୋରେଟ ସଂସ୍ଥା ଲାଭବାନ ହେବେ  ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ।

ପ୍ରକାଶ ଯେ,  ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନରେ କେବଳ କୃଷକମାନେ ହିଁ ଉପକୃତ ହେବେ । ନୂଆ କୃଷି ଆଇନ ଦ୍ୱାରା  ଉପôାଦନ, ଷ୍ଟୋରେଜ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ ।  ୭୦ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ, ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ ।

Share

Leave a Reply

Your email address will not be published. Required fields are marked *

two × five =