କ୍ଷୁଦ୍ର ରୁଣକାରୀଙ୍କ ଲାଗି ଖୁସି ଖବର

ନୂଆଦିଲ୍ଲୀ() କରୋନା ସମୟରେ ଲୋନ୍ ନେଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଋଣ ନେଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ରିଲିଫ ଘୋଷଣା କରିଛନ୍ତି ।ଭାରତ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି ଯେ, ‘ଏମଏସଏମଇ ଲୋନ୍, ଶିକ୍ଷା, ଗୃହ, କ୍ରେଡିଟ କାର୍ଡ ଓ ଗାଡି ଲୋନରେ ସୁଧ ଉପରେ ସୁଧକୁ ଛାଡ କରାଯିବ । ସରକାରଙ୍କ କହିବା ମୁତାବକ, କରୋନା ବିପତ୍ତି ସମୟରେ କ୍ଷୁଦ୍ର ରୁଣକାରୀଙ୍କ ସହିତ ସରକାର ଅଛନ୍ତି । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ ।

ପୂର୍ବରୁ କରୋନା କାଳରେ ବ୍ୟାଙ୍କ ଗୁଡିକ ଋଣ ଉପରେ ମୋରାଟରିୟମ ଘୋଷଣା କରିଥିଲେ । ମାର୍ଚ୍ଚରୁ ଅଗଷ୍ଟ ୬ ମାସ ଯାଏଁ ଏହି ମୋରାଟରିୟମ ଘୋଷଣା କରାଯାଇଥିଲା । ଅର୍ଥାତ ଏହି ସମୟରେ ଲୋକଙ୍କ ରୋଜଗାର ଚାଲିଯିବା ସହ ଦରମା କାଟ ହେଉଥିବାରୁ ରୁଣ ଉପରେ ସୁଧ ପରିଷୋଧ କରିବା ପାଇଁ ଅସମର୍ଥ ଗ୍ରାହକ ଚାହିଁଲେ ସୁଧ ପରିଷୋଧ ପାଇଁ ଅତିରିକ୍ତ ସମୟ ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

four + ten =