ଗଭୀର ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର() ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଗଭୀର ଅବପାତର ରୂପ ନେଇଛି । ସମୁଦ୍ର ଭିତରେ ଏହା ଘଣ୍ଟାପ୍ରତି ୬ କିମି ବେଗରେ ଗତି କରୁଛି । ବିଶାଖାପାଟଣା ଠାରୁ ଦକ୍ଷିଣ ପୂର୍ବରେ ୨୫୦ କିମି ଦୂରରେ ଏହାର ସ୍ଥିତି ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ କାଲି ରାଜ୍ୟର ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୫ଟି ଜିଲ୍ଲା ହେଉଛି- ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି ଓ ଗଞ୍ଜାମ । ଏହା ସହ ୪ ଜିଲ୍ଲା ଯଥା- ନବରଙ୍ଗପୁର, କନ୍ଧମାଳ, ପୁରୀ ଓ ଖୋର୍ଦ୍ଧାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୩ ଓ ୧୪ ଅକ୍ଟୋବର ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୮ଟି ଜିଲ୍ଲାଗୁଡିକ ହେଉଛି-ମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର । ବର୍ଷା ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।

Share

Leave a Reply

Your email address will not be published. Required fields are marked *

one × 5 =