ଅମିତ ରୋହିଦାସଙ୍କ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରଷ୍କାର

ଭୁବନେଶ୍ୱର: ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର । ହକି କୋଚ୍ କାଳୁ ଚୌଧୁରୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଦିଆଯାଇଛି । କାଳୁ ଚୌଧୁରୀଙ୍କୁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ବିଜୁ ପଟ୍ଟନାୟକ ପୁରସ୍କାର ପାଇଛନ୍ତି ହକି ତାରକା ଅଲିମ୍ପିଆନ ଅମିତ ରୋହିଦାସ । ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି । ଶିବପ୍ରସାଦ ଦାଶ ଶ୍ରେଷ୍ଠ କୋଚ୍ ଭାବେ ପୁରସ୍କୃତ ହୋଇଛନ୍ତି । ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ଏଏସଆଇ ତୈଲୋକ୍ୟନାଥ ପରିଡାଙ୍କୁ ମିଳିଛି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର । ତାଙ୍କୁ ରୌପ୍ୟ ଫଳକ ସହ ୧ ଲକ୍ଷ ଟଙ୍କା ଦିଆଯାଇଛି । ସବୁ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

two + sixteen =