ବାତ୍ୟା ବିପନ୍ନଙ୍କ ପାଇଁ ବର୍ଷକର ଦରମା

ଭୁବନେଶ୍ୱର () ବାତ୍ୟା ବିପନ୍ନଙ୍କ ପାଇଁ ବର୍ଷକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ନବୀନ ପଟନାୟକ । ଫନି ଓଡିଶା ଉପକୂଳରେ ତାଣ୍ଡବ ରଚାଇବା ଦ୍ୱାରା 1 କୋଟି 40 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବହୁ ଲୋକ ଘରଦ୍ୱାର ହରାଇଛନ୍ତି । ବ୍ୟାପକ ଭାବେ ଭିତ୍ତିଭୂମି ନଷ୍ଟ ହୋଇଥିବା ବେଳେ ଏସବୁର ପୁନରୁଦ୍ଧାର ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜର ବର୍ଷକର ଦରମା ବିପନ୍ନଙ୍କ ସହାୟତା ପାଇଁ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏଥିସହ ସେ ନିୟମିତ ଭାବେ ବାତ୍ୟା କ୍ଷୟକ୍ଷତିର ଆକଳନ କରି ରିଲିଫ ଓ ପୁନର୍ଗଠନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ଆଜି ସେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ସମୀକ୍ଷା କରିଥିଲେ । ସମୀକ୍ଷରୁ ଜଣାପଡିଛି ଯେ, କେନ୍ଦ୍ରାପଡା ଜିଲ୍ଲାର ବିଦ୍ୟୁତ ପୁନଃସ୍ଥାପନ କାର୍ଯ୍ୟ ଆଉ 3 ଦିନ ମଧ୍ୟରେ ଶେଷ ହେବା । ଜଗତସିଂହପୁରରେ ବିଦ୍ୟୁତ ସେବା ପୂର୍ବପରି ହେବାକୁ ଆଉ ସପ୍ତାହେ ଲାଗିବ ।

Share

Leave a Reply

Your email address will not be published. Required fields are marked *

eleven + twelve =