ବଜ୍ରପାତ ସୂଚନା ପାଇଁ ଆର୍ଥ ନେଟୱର୍କ ସହ ଏମଓୟୁ

ଭୁବନେଶ୍ବର () ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇଁ ଆମେରିକାର ଆର୍ଥ ନେୱର୍କ ସହ ଆଜି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏମଓୟୁ ସ୍ବାକ୍ଷର କରିଛି । ଏହାଦ୍ବାରା ବଜ୍ରପାତର 45 ମିନିଟ ପୂର୍ବରୁ ଆଗୁଆ ସତର୍କ ସୂଚନା ମିଳିପାରିବ । ଆର୍ଥ ନେଟୱର୍କ ବିଶ୍ବର ପ୍ରାୟ 50 ଦେଶ ସହ ଏହି ଚୁକ୍ତି କରିଥିବା ବେଳେ ଭାରତରେ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ପରି ରାଜ୍ୟରେ ବି ଏହି ବ୍ୟବସ୍ଥା ହୋଇଛି ।

ବଜ୍ରପାତରେ 2017-18 ବର୍ଷରେ ରାଜ୍ୟରେ 460 ଜଣଙ୍କର ମୃତ୍ୟୁ ହୋଇଛି । ଗତ ବର୍ଷ ତୁଳନରେ ଏବର୍ଷ ବଜ୍ରପାତରେ 15 ପ୍ରତିଶତ ଅଧିକ ମୃତ୍ୟୁ ହୋଇଛି । ବଜ୍ରପାତରେ ବୃଦ୍ଧିପାଉଥିବା ମୃତ୍ୟୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯୟ ତାଲିକାଭୁକ୍ତ କରିଛନ୍ତି । ଯାହାଦ୍ବାରା ବଜ୍ରପାତରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ 4 ଲକ୍ଷ ଟଙ୍କା ସହାୟତା ଦିଆଯାଉଛି । ଏଥିସହିତ ବଜ୍ରପାତରୁ ସୁରକ୍ଷିତ ରହିବାକୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଆଜି ରାଜସ୍ବମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଉପସ୍ଥିତିରେ ଓସଡ଼ମାର ପାରିଚଳନା ନିର୍ଦେଶକ ବିଷ୍ଣୁପଦ ସେଠି ଆର୍ଥ ନେଟୱର୍କ ସହ ଚୁକ୍ତି ସ୍ଵାକ୍ଷର କରିଥିଲେ ।

Share

Leave a Reply

Your email address will not be published. Required fields are marked *

14 − thirteen =