ଆଉ ୬୧୬ କରୋନା ପଜିଟିଭ

 ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୬୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୦୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୬୧୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୮୩, କୋରାପୁଟରୁ ୫୦ଜଣ, ନବରଙ୍ଗପୁରରୁ ୪୦ଜଣ, ବରଗଡ଼ରୁ ୩୧ଜଣ, ଖୋର୍ଦ୍ଧାରୁ ୨୯ଜଣ, ବାଲେଶ୍ବରରୁ ୨୭ଜଣ, କଟକ ଓ କେନ୍ଦୁଝର ୨୩ ଜଣ ଲେଖାଏଁ, ଜଗତସିଂହପୁରରୁ ୧୮ଜଣ,ଯାଜପୁରରୁ ୧୭ଜଣ, ମାଲକାନଗିରିରୁ ୧୪ଣ, ମୟୂରଭଞ୍ଜରୁ ୧୩ଜଣ, ଝାରସୁଗୁଡାରୁ ୧୧ଜଣ, ଅନୁଗୁଳରୁ ୭ଜଣ, କନ୍ଧମାଳରୁ ୬ଜଣ, ନୂଆପଡା ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ଭଦ୍ରକ ଓ ବଲାଙ୍ଗୀର ୨ଜଣ ଲେଖାଏଁ, ଗଜପତି, କେନ୍ଦ୍ରାପଡ଼ ଓ ପୁରୀରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତିି।

 

Share

Leave a Reply

Your email address will not be published. Required fields are marked *

3 × three =