ପାନୀୟ ଜଳ ସମସ୍ୟା ଦୂର ପାଇଁ ଟୋଲ ଫ୍ରି ନମ୍ବର ଜାରି

ଭୁବନେଶ୍ୱର() ଖରାଦିନ ପାଇଁ ପାନୀୟ ଜଳ ସମସ୍ୟାକୁ ନେଇ ଗୁରୁତ୍ୱ ଦେଇଛନ୍ତି ସରକାର । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ସରକାର । ଗ୍ରାମାଞ୍ଚଳ ପାଇଁ ଟୋଲ୍ ଫ୍ରି ନମ୍ବର ହେଉଛି ୧୯୧୬ । ସହରାଞ୍ଚଳ ପାଇଁ ଟୋଲ ଫ୍ରିୁ ନମ୍ବର ୧୮୦୦-୩୪୫୬୬୮୩ । ଯେଉଁଠାରେ ପାଣି ସମସ୍ୟା ଅଛି ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଅ।।ଯିବ । ଏହାସହ ଅଚଳ ନଳକୂପକୁ ମରାମତି କରାଯିବ । ସହରାଞ୍ଚଳରେ ଅଧିକାଂଶ ସ୍ଥାନରେ ୨୪ଘଣ୍ଟିଆ ପାଣି ଦିଆଯାଉଛି । କିଛି ସ୍ଥାନରେ ନିର୍ଦ୍ଧାରିତ ସମୟରେ ପାଣି ମିଳୁଛି । ସେଠାରେ ଆବଶ୍ୟକ ହେଲେ ଅଧିକ ସମୟ ପାଣି ଯୋଗାଇ ଦିଆଯିବ । କେହି ଯେପରି ପାନୀୟ ଜଳ ସମସ୍ୟା ନ ଭୋଗିବେ ସେନେଇ ଗୁରୁତ୍ୱ ଦିଆଯାଇଛି । ଏନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

five × one =