ସୂର୍ଯ୍ୟଙ୍କ ଅଭିଯୋଗକୁ ଭିତିହୀନ କହିଲେ ଧର୍ମେନ୍ଦ୍ର

ଓଡିଶାରେ ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଅଭିଯୋଗ କରି ଯେଉଁ ପତ୍ର ଲେଖିଛନ୍ତି ତାହା ସମ୍ପୁର୍ଣୃୂ ଭ୍ରମାମ୍ôକ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ ଟୁଇଟ କରି ଶ୍ରୀ ପାତ୍ରଙ୍କୁ ପଡା ଜବାବ ଦେଇ କହିଛନ୍ତି ଯେ ଶ୍ରୀ ପାତ୍ରଙ୍କ ଚିଠିରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ନାହିଁ । ଉଜ୍ଜ୍ୱଳା ଯୋଜନା ଗ୍ରାହକ ହେବାର ଏକ ବର୍ଷ ମଧ୍ୟରେ ୭୦ପ୍ରତିଶତ ପରିବାର ଏହି ଗ୍ୟାସ ସିଲିଣ୍ଡର ଭରିଛନ୍ତି । ସେଥିମଧ୍ୟରୁ ୪.୨ ଲକ୍ଷ ଗ୍ରାହକ ୪ ବା ତାଠାରୁ ଅଧିକ ରିଫିଲ ନେଇଛନ୍ତି । ୨୦୧୪ ରୁ ୨୦୧୮ ମସିହା ମଧ୍ୟରେ ଓଡିଶାରେ ୨୨ ପ୍ରତିଶତ ଘରେ ଏଲପିଜି ସଂଯୋଗ ବୃଦ୍ଧି ପାଇ ୬୯ ପ୍ରତିଶତରେ ପହଂଚିଛି । ତାସହିତ କେନ୍ଦ୍ର ସରକାର ଏହି ଉଜ୍ଜ୍ୱଳା ଯୋଜନାରେ ୩୨୬ ଟଙ୍କା ୨୨ ପଇସା ସବସିଡି ଦେଉଛନ୍ତି । ତେଣୁ ରାଜ୍ୟମନ୍ତ୍ରୀ ଶ୍ରୀ ପାତ୍ର ଖବର କାଗଜ ରିପୋର୍ଟକୁ ଭିତି କରି ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୁର୍ଣୃୂ ଭିତିହୀନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ତାଙ୍କ ଟୁଇଟରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

6 + 18 =