କେନ୍ଦ୍ରୀୟ ଅବହେଳାର ଆଉ ଏକ ନମୂନା – ମନମୁଣ୍ଡା ସୌରଶକ୍ତି ପ୍ରକଳ୍ପ

ଭୁବନେଶ୍ବର, 13/06 (ନିପ୍ର) କେନ୍ଦ୍ରୀୟ ଅବହେଳାର ଆଉ ଏକ ନମୂନା  । ଅକ୍ଷୟ ଶକ୍ତି ପ୍ରକଳ୍ପରେ କେନ୍ଦ୍ର ସରକାର ଗତ ଅଢେଇ ବର୍ଷ ହେଲା ଟଙ୍କାଟିଏ ବି ଦଉନାହାଁନ୍ତି  । ବାରମ୍ବାର ଏ ସଂପର୍କରେ କେନ୍ଦ୍ରକୁ ଅବଗତ କରାଯାଇଥିଲେ ବି କୌଣସି ସୁଫଳ ମିଳୁନି  । ବୌଦ୍ଧ ଜିଲ୍ଲା ମନମୁଣ୍ଡାଠାରେ ପ୍ରତିଷ୍ଠା କରାଯାଇଥିବା ସୌରଶକ୍ତି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏଯାଏଁ କେନ୍ଦ୍ରୀୟ ଅଂଶଧନ ପ୍ରଦାନ କରିନାହାଁନ୍ତି  । ଏବାବଦରେ କେନ୍ଦ୍ର ସୌରଶକ୍ତି ନିଗମ ଉପରେ 65 କୋଟି 60 ଲକ୍ଷ ଟଙ୍କା ବାକି ପଡିଛି  ।

ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇଥିଲେ ବି କେନ୍ଦ୍ରୀୟ ଅଂଶଧନ ମିଳିବାରେ ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ଅନ୍ୟ ସୌରଶକ୍ତି ପ୍ରକଳ୍ପ କାମ ବି ହାତକୁ ନେଇପାରୁନାହାଁନ୍ତି  । ଏ ସଂପର୍କରେ ଆଜି କେନ୍ଦ୍ର ଶକ୍ତି ଓ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ ରାଜକୁମାର ସିଂହଙ୍କୁ ରାଜ୍ୟ ଶକ୍ତିମନ୍ତ୍ରୀ ଚିଠି ଲେଖିଛନ୍ତି  ।

2013ରେ ରାଜ୍ୟ ସବୁଜ ଶକ୍ତି ଉନ୍ନୟନ ନିଗମ ଗଠନ କରାଯାଇଛିଥିଲା  । ଏହି ନିଗମ ଜବାହାରଲାଲ ନେହେରୁ ସୌର ମିଶନ ପ୍ରକଳ୍ପରେ ସାମିଲ ହୋଇ ବୌଦ୍ଧ ଜିଲ୍ଲା ମନମୁଣ୍ଡାଠାରେ 20 ୱାଟ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ ଆରମ୍ଭ କରିଥିଲା  । ଏହି ପ୍ରକଳ୍ପ କେନ୍ଦ୍ର ସୌର ଶକ୍ତି ନିଗମ ଜରିଆରେ କାର୍ଯ୍ୟକାରୀ ହୋଇଥିଲା  । ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ 2016 ସୁଦ୍ଧା 15 ମେଗାୱାଟ ଏବଂ ଜୁନ ସୁଦ୍ଧା ଆଉ 5 ମେଗାୱାଟ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟ 20 ମେଗାୱାଟ ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହ କେନ୍ଦ୍ର ଶକ୍ତି ନିଗମକୁ ଅବଗତ କରାଯାଇଛି  । 2018 ଏପ୍ରିଲ ସୁଦ୍ଧା ଏହି ପ୍ରକଳ୍ପରୁ 58.7 ନିୟୁତ ୟୁନିଟ ସୌର ବିଦ୍ୟୁତ ଉତ୍ପାଦନ ହୋଇଛି  ।

କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ଶକ୍ତି ନିଗମରୁ ଏହି ପ୍ରକଳ୍ପ ବାବଦରେ ଟଙ୍କାଟିଏ ମିଳିନାହିଁ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି  । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରାକାରଙ୍କ ଠାରୁ ପ୍ରକଳ୍ପ ବାବଦରେ 33 କୋଟି 60 ଲକ୍ଷ ଟଙ୍କା ଏବଂ ଉତ୍ପାଦିତ ବିଦ୍ୟୁତ ଦେୟ ବାବଦକୁ 32 କୋଟି ଏପରି ମୋଟ 65 କୋଟି 60 ଲକ୍ଷ ଟଙ୍କା ମିଳିନାହିଁ  । ଏ ସଂପର୍କରେ ବାରମ୍ବାର କେନ୍ଦ୍ରକୁ ଅବଗତ କରାଯାଇଥିବା ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି  ।

ଏହି ପ୍ରକଳ୍ପ ପାଇଁ ରାଜ୍ୟ ସବୁଜ ଶକ୍ତି ଉନ୍ନୟନ ନିଗମ ବିଭିନ୍ନ ବ୍ୟାଙ୍କରୁ 50 କୋଟି 39 ଲକ୍ଷ ଟଙ୍କା ଋଣ କରିଥିବା ବେଳେ ଭାରତ ହେଭି ଇଲେକ୍ଟ୍ରିକାଲ, ଇପସି ଡେପଲପରଙ୍କ ଉପରେ ବିଭିନ୍ନ ଯନ୍ତ୍ରାଂଶ ବାବଦ ଓ ମଜୁରୀ ବାବଦକୁ 44 କୋଟି ଟଙ୍କା ବାକି ପଡିଛି  । ବାକି ପଡିଥିବା ମଜୁରୀ ଯୋଗୁଁ ମନମୁଣ୍ଡାରେ ବିଭିନ୍ନ ସମୟରେ ଶ୍ରମିକ ଅଶାନ୍ତି ଦେଖା ଦେଉଛି  । ଭବିଷ୍ୟତରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଯେ, ସୃଷ୍ଟି ନହେବ ସେ ଆଶଙ୍କାକୁ ଏଡାଇଦିଆଯାଇନପାରେ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

3 × two =