କେନ୍ଦ୍ର ଭରିବ ନୂଆ କର୍ମଚାରୀଙ୍କ ଇପିଏଫ୍

ନୂଆଦିଲ୍ଲୀ() ଆତ୍ମନିର୍ଭର ଭାରତ ୩.୦ର ଆଜି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେଥିରେ ସଙ୍ଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତି ଦେବାକୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରାଯାଇଛି । ସଂସ୍ଥ୍ୟା ନୂତନ ନିଯୁକ୍ତି ଦେଲେ, କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ । ୧ ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର । ସେହିପରି ସଂସ୍ଥଶ ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% କେନ୍ଦ୍ର ଦେବ । ୧ ହଜାରରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ କରିବ କେନ୍ଦ୍ର । କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ । ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ । ନୂତନ ନିଯୁକ୍ତି ପାଉଥିବା କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 12 =