ବ୍ୟାଙ୍କ କର୍ମଚାରୀଙ୍କ ୧୫% ବଢିବ ବେତନ

ନୂଆଦିଲ୍ଲୀ()  ବ୍ୟାଙ୍କ ସଂଘ ଓ ଭାରତୀୟ ବ୍ୟାଙ୍କ ଗୁଡ଼ିକର ସଂଘ (ଆଇବିଏ) ମଧ୍ୟରେ ବେତନ ବୁଝାମଣାକୁ ନେଇ ବୁଝାମଣା ହୋଇଛି । ବ୍ୟାଙ୍କ କର୍ମଚାରୀମାନଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ବ୍ୟାଙ୍କ ଗୁଡ଼ିକା ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ । ସେଥି ମଧ୍ୟରୁ ୩୩୮୫ କୋଟି ଟଙ୍କା ଅଣ ଅଧିକାରୀଙ୍କ ବେତନ ବାବଦରେ ଏବଂ ବଳକା ଅର୍ଥରାଶି ଅଧିକାରୀମାନଙ୍କୁ ବେତନ ଦେବାରେ ବ୍ୟୟ ହେବ । ୨୦୧୭ ନଭେମ୍ବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସମୟ ପାଇଁ ଏହି ବେତନ ବୁଝାମଣା ହୋଇଛି । ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କୁ ବକେୟା ବେତନ ମିଳିବ ବୋଲି କୁହାଯାଇଛି । କିନ୍ତୁ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ । ବେତନ ବୃଦ୍ଧି ସମୟର ଟଙ୍କାକୁ ଚଳିତ ବର୍ଷ ନଭେମ୍ବର ୧ ରୁ ପ୍ରଭାବୀ ଭାବେ ଜାରି କରାଯିବ ବୋଲି ବ୍ୟାଙ୍କର ଅଫିସର ସଂଘ ଗୁଡ଼ିକ ପକ୍ଷରୁ କୁହାଯାଇଛି । ଆଇବିଏଲ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଦ୍ୱନ୍ଦ୍ୱିତାର ଭାବ ଜାଗ୍ରତ କରିବା ଏବଂ ପ୍ରଦର୍ଶନ ଲାଗି ପୁରସ୍କାର ଦେବା ପାଇଁ ପ୍ରଥମ ଥର ଲାଗି ପ୍ରଦର୍ଶନ ସହ ଜଡ଼ିତ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ବେତନ ବୁଝାମଣାରେ ୨୯ଟି ବ୍ୟାଙ୍କ ସାମିଲ ଥିଲେ । ସେଥିମଧ୍ୟରୁ ୧୨ଟି ସରକାରୀ ବ୍ୟାଙ୍କ ହୋଇଥିବା ବେଳେ ୧୦ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଓ ସାତଟି ବିଦେଶୀ ବ୍ୟାଙ୍କ ରହିଛନ୍ତି । ଆଇବିଏ ସହିତ ହୋଇଥିବା ବୁଝାମଣା ଯୋଗୁଁ ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ।

Share

Leave a Reply

Your email address will not be published. Required fields are marked *

5 × 5 =