ଆର୍ଥିକ ସ୍ଥିତି ସୁଧିୁରିବାରେ ଲାଗିଛି

ନୂଆଦିଲ୍ଲୀ() କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରା ରମଣ ଏହାର ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ,  ଦେଶରେ କରୋନା ପ୍ରଭାବ କମ୍ ହୋଇଛି । କରୋନା ମହାମାରୀ ପାଇଁ ଧିମେଇ ଧିମେଇ ଥିବା ଆର୍ଥିକ ସ୍ଥିତି ସୁଧିୁରିବାରେ ଲାଗିଛି । ସରକାର ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା ନୂଆ ନିଯୁକ୍ତି ଓ ରୋଜଗାର ସୃଷ୍ଟି ହୋଇପାରିବ । ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

ଶକ୍ତି ଓ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି । ସେୟାର ବଜାର ଉଚ୍ଚତମ ସ୍ତରରେ ରହିଛି । ଜିଏସଟି ଆଦାୟ ୧.୦୫ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ଅକ୍ଟୋବରରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବଢିଛି । ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଅର୍ଥବ୍ୟବସ୍ଥା ଭଲ ହେବ । ଅକ୍ଟୋବରରେ ବିଜୁଳି ଶକ୍ତି ବୃବହାରରେ ଗତବର୍ଷ ତୁଳନାରେ ୧୨% ବୃଦ୍ଧି ହୋଇଛି । ବୃଙ୍କଗୁଡିକ ଅଧିକ ଋଣ ଦେଇଛନ୍ତି । ଲଗାତାର ବିଦେଶୀ ପୁଞ୍ଜି ନିବେଶ ବଢିଚାଲିଛି । ଅର୍ଥନୀତି ବହୁ ଦ୍ରୁତ ଗତିରେ ସୁଧୁରୁଛି । ‘ମୁଡିଜ୍’ ମାନ୍ୟତାରେ ଉନ୍ନତି ହୋଇଛି । ସାମ୍ପ୍ରତିକ ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେବା ସହ ଅକ୍ଟୋବର- ଡିସେମ୍ବର ତ୍ରୟମାସିକରେ ଅର୍ଥବ୍ୟବସ୍ଥାରେ ସକରାତ୍ମକ ଅଭିବୃଦ୍ଧି ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ସୂଚାଇ ଦେଇଥିବା ସୀତାରମଣ କହିଛନ୍ତି।

ସେ କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ୧୨ଟି ଘୋଷଣା କରାଯିବ । ଏହା ସହ ୧୩ ଲକ୍ଷ ୧୮ ହଜାର ଉଠା ଦୋକାନୀଙ୍କୁ ଋଣ ଦିଆଯାଇଛି । ରବି ଫସଲ ପାଇଁ ୨୫ ହଜାର କୋଟି ଋଣ ଦିଆଯାଇଛି । ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

ten − nine =