ବାଇକର ପେଟ୍ରୋଲ ଟାଙ୍କି ଫାଟି ଯୁବକଙ୍କ ଚାଲିଗଲା ଜୀବନ

କନ୍ଦରପୁର ଟୋଲ ଗେଟ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗାଡିକୁ ଧକ୍କା ଦେବା ପରେ ଫାଟିଲା ବାଇକର ପେଟ୍ରେଲ ଟାଙ୍କି । ନିଆଁ ଲାଗି ଦୁଇ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । କଟକ ପାରାଦ୍ୱୀପ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ଦୁଇ ଯୁବକ ହେଉଛନ୍ତି ରାଜେଶ ଦାସ ଓ ଅନ୍ୟ ଜଣଙ୍କ ନାମ ଈଶାନ କୁମାର ସାହୁ । ଉଭୟଙ୍କ ଘର ଜଗତସିଂପୁର ରାହାମା ଅଞ୍ଚଳର ହୋଇଥିବାଲା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

5 × 5 =