ବିଜେଡିକୁ ଦିଲ୍ଲୀପ ଯିବେ କି ନାହିଁ ଦ୍ୱନ୍ଦରେ

ବିଜେଡି ବା ଅନ୍ୟ କୌଣସି ଦଳରେ ମିଶିବା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ରାଉରକେଲା ଗସ୍ତରେ ଆସି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଦିଲ୍ଲୀପ ।ସେ କହିଛନ୍ତି ଯେ ତାଙ୍କର ନିଷ୍ପତି ସମ୍ପର୍କରେ ଶୁଭେସ୍ôୁ ଓ ସମର୍ଥକ ମାନଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତି ନେବେ । ବିଦେଶ ଗସ୍ତରୁ ଫେରିବା ପରେ ଆଜି ପ୍ରଥମ ଥର ପାଇଁ ରାଉରକେଲା ଗସ୍ତରେ ଆସିଥିବା ବେଳେ ତାଙ୍କ ସମର୍ଥକ ମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଶ୍ରୀ ରାୟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏଥିରୁ ଦିଲ୍ଲୀପଙ୍କ ରାଜନୈତିକ ଭାଗ୍ୟ ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଟାଣିହୋଇଯାଉଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

five + twelve =