ବୃଦ୍ଧଙ୍କୁ ହତ୍ୟା କରି ପିଙ୍ଗିଦେଲେ ଦୁର୍ବୃତ୍ତ

ବୃଦ୍ଧଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ଡି. ବାଲାପଙ୍କା ଗାଁରେ ଘଟିଛି ଏହି ଅଭାବନୀୟ ଗଟଣା। ମୃତକ ହେଲେ ବେଣୁଧର ମଲ୍ଲିକ। ଗତକାଲି ସନ୍ଧ୍ୟାରେ ବେଣୁଧର ବଜାରକୁ ଯାଇଥିବାବେଳେ ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ଏଥିରେ ଯୁବକ ଜଣକ ଉତ୍କ୍ଷିପ୍ତ ହୋଇ ନିଜ ସାଙ୍ଗମାନଙ୍କ ସହ ମିଶି ବୃଦ୍ଧ ଜଣଙ୍କୁ ପଥରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେବା ପରେ ମୃତଦେହକୁ କୂଅରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ। ସୋରଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + fifteen =