ସାବରିମାଳା ମନ୍ଦିରରେ ପ୍ରବେଶ କଲେ ଦୁଇ ମହିଳା

ସାବରିମାଳା ମନ୍ଦିରରେ ପ୍ରବେଶ କରି ଆୟାପ୍ପାଙ୍କୁ ଦର୍ଶନ କଲେ ୨ମହିଳା । ମହିଳା ଶ୍ରଦ୍ଧାଳୁ ଦ୍ୱୟ ବିନ୍ଦୁ ଓ କନକଦୂର୍ଗା ଓ ସେମାନଙ୍କ ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି । ଭୋର ପ୍ରାୟ ୩ଟାରେ ସେମାନେ ପୋଲିସ ସୁରକ୍ଷାରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ଦର୍ଶନ କରିଛନ୍ତି। ସେମାନଙ୍କୁ ଦର୍ଶନ କରାଇବା ପାଇଁ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲା ଏବଂ ଆମ୍ବୁଲାନ୍ସରେ ମନ୍ଦିର ପର୍ୟ୍ୟନ୍ତ ନେଇଥିଲେ।
ପୂର୍ବରୁ ମହିଳା ଦ୍ୱୟ ଡିସେମ୍ବର ୧୮ରେ ପ୍ରବେଶ ଉଦ୍ୟମ କରିଥିଲେ। ମାତ୍ର ସେତେବେଳେ ପ୍ରଦର୍ଶନକାରୀ ମାନେ ସେମାନଙ୍କୁ ପ୍ରବେଶ ପାଇଁ ସୁଯୋଗ ଦେଇନଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମହିଳାଙ୍କ ପ୍ରବେଶକୁ ପ୍ରବଳ ବିରୋଧ କରାଯାଇଛି। ସେପଟେ ମନ୍ଦିରକୁ ପଶିବାକୁ ଚାହୁଁଥିବା ମହିଳାଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ। ଏଘଟଣା ପ୍ରଚାରିତ ହେବା ପରେ ମନ୍ଦିରକୁ ଶୋଧ ପାଇଁ ବନ୍ଦ କରିଦିଆଯାଇଛି। ରାଜ୍ୟରେ ଆଲର୍ଟ ଜାରି ହୋଇଛି ଓ ପୋଲିସ ସୁରକ୍ଷାକୁ ବଢାଇ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

4 × three =