ରାସ୍ତାରୁ ଯୁବତୀଙ୍କୁ ଠେଲି ଠେଲି ନେଇଗଲେ

ଭଦ୍ରକ: ଟ୍ୟୁସନରୁ ଫେରୁଥିଲେ । ରାସ୍ତା ଉପରୁ ଜୋର ଜବରଦସ୍ତ ଉଠାଇନେଲେ । ସିସିଟିଭିରେ କଏଦ ହେଲା ଅପହରଣର ଦୃଶ୍ୟ। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଯୁବତୀ ଜଣକ ଉଗ୍ରତରା ଗାଁର ଗୌରହରି ପଣ୍ଡାଙ୍କ ଝିଅ ମଧୁସ୍ମିତା ପଣ୍ଡା। ପରିବାର ଲୋକେ ଝିଅକୁ ଅପହରଣ କରିନେଇଥିବା ନେଇ ଗତ ୧୯ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ୟ୍ୟନ୍ତ ପୋଲିସର ହାତ ଖାଲି। ଏନେଇ ପରିବାର ଲୋକେ ଗତ ୧୦ଦିନ ହେଲା ଥାନାକୁ ଦୌଡୁଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇପାରିନଥିଲେ।

ଏନେଇ ଯୁବତୀଙ୍କ ମା’ କହିଛନ୍ତି, ୨ ଦିନ ପୂର୍ବେ ଝିଅ ଫୋନ୍ କରି ତାକୁ ମାରଧର କରାଯାଉଥିବା, ଧମକ ଦିଆଯାଉଥିବା କାନ୍ଦି କାନ୍ଦି କହିଥିଲା। ନିଜ ଇଚ୍ଛାରେ ଆସିଛି ବୋଲି କହିବାକୁ ତାକୁ ଚାପ ପକାଯାଉଥିବା କହିଲା। ଝିଅର ଆଜି ବିବାହ ହେବ ବୋଲି ଶୁଣିବାକୁ ପାଉଛୁ। ମୋତେ ମୋ ଝିଅକୁ ଫେରାଇ ଦେବାକୁ କାକୁତିମିନତି ହେଉଛି, ହେଲେ ପୁଲିସ୍ ବାବୁ କିଛି ଶୁଣୁ ନାହାନ୍ତି। ଅନ୍ୟପଟରେ ଏନେଇ ଥାନାଧିକାରୀ କହିଛନ୍ତି, ଝିଅର ମାଙ୍କ ଏତଲା ଅନୁଯାୟୀ ନିଖୋଜ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି। ଝିଅକୁ ଆଜି ଉଦ୍ଧାର କରାଯିବ। ଏହାପରେ ସବୁ ସତ୍ୟାସତ୍ୟ ଜଣାପଡ଼ିବ।

Share

Leave a Reply

Your email address will not be published. Required fields are marked *

20 + sixteen =