ଆଉଟଲୁକ୍-ଆଇକେୟାର ମାନଦଣ୍ଡରେ ସୋଆ ପୁଣି ନମ୍ବର 1

ଭୁବନେଶ୍ବର () : ଓଡ଼ିଶାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନଭର୍ସିଟି)୧ ନମ୍ବର ଶିକ୍ଷାନୁଷ୍ଠାନ । ନିକଟରେ ପ୍ରକାଶିତ ଆଉଟଲୁକ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ମାନଦଣ୍ଡରେ ଏହି ଏକ ନମ୍ବର ମାନ୍ୟତା ହାସଲ କରିଛି ସୋଆ ।

ଦେଶର ଶ୍ରେଷ୍ଠ ୫୦ଟି ଡିମ୍ଡ ଟୁ ବି ୟୁନିଭର୍ସିଟି ମଧ୍ୟରେ ସୋଆ୧୫ତମ ସ୍ଥାନ ହାସଲ କରିଛି । ଆଉଟଲୁକ୍-ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ମାନଦଣ୍ଡ-୨୦୧୯ରେ ଓଡ଼ିଶାର ନାମିଦାମୀ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ସୋଆ ୭୬.୮୦ ସ୍କୋର ହାସଲ କରିଛି ।

ପୂର୍ବରୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁସ୍ନାଲ ମାନଦଣ୍ଡ ଫ୍ରେମୱାର୍କ (ଏନ୍ଆଇଆରଏଫ) ମାନଦଣ୍ଡରେ ବିଶ୍ବବିଦ୍ୟାଳୟ କାଟେଗୋରୀରେ ଦେଶରେ ୨୪ ତମ ସ୍ଥାନ ହାସଲ କରିଥିଲା ସୋଆ ।  ଛାତ୍ର-ଅଧ୍ୟାପକଙ୍କ ଅନୁପାତ, ଅଧ୍ୟାପକଙ୍କ ପିଏଚଡି, ପେପର ପବ୍ଲିକେସନ୍ ହାର, ପେପର ପିଛା ସାଇଟେସନ୍, ଏବଂ ଇନକ୍ଲୁସିଭ୍ନେସ୍ ଓ ଡାଇଭରସିଟି ଭଳି ବିଭିନ୍ନ ମାନଦଣ୍ଡ ବିଶ୍ଳେଷଣ କରି ଏହି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

9 + 9 =