ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ନାମାଙ୍କନ

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ ।ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୬ଟି ଲୋକସଭା ୪୨ଟି ବିଧାନସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଉଛି । ଗତକାଲି ଲୋକସଭା ଆସନ ପାଇଁ ୧୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଧାନସଭା ପାଇଁ ୧୦୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବର୍ତମାନ ସୁଦ୍ଧା ତୃତୀୟ ପର୍ୟ୍ୟାୟରେ ୩୪ଜଣ ଲୋକସଭା ପାଇଁ ଏବଂ ୨୧୧ଜଣ ପ୍ରାର୍ଥୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ୟ୍ୟାଳୟ ସୂଚନାନୁସାରେ ରାଜ୍ୟରେ ଚତୁର୍ଥ ପର୍ୟ୍ୟାୟର ନିର୍ବାଚନ ନିମନ୍ତେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଛି । ଗତକାଲି ବିଧାନସଭା ପାଇଁ ୧୪ଜଣ ଏବଂ ଲୋକସଭା ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପର୍ୟ୍ୟାୟରେ ଏ ପର୍ୟ୍ୟନ୍ତ ବିଧାନସଭା ପାଇଁ ୧୮ଜଣ ଏବଂ ଲୋକସଭା ପାଇଁ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × two =