ପୁରୀ ଓ କୋଣାର୍କ ହେବ ଆଇକନିକ ସିଟି

କୋଣାର୍କ()  ପୁରୀ-କୋଣାର୍କ କୁ ଉଡିବ ବିମାନ । ପୁରୀ କୋଣାର୍କ ହେବ ଏକ ଆଇକନ ସାଇଟ୍ । ଉପକୂଳ ଓଡିଶାକୁ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅନେକ ପଦକ୍ଷପ ନିଆ ଯାଉଛି । ପୁରୀ କୋଣାର୍କକୁ ବିମାନ ଉଡାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖକୁ ଏକ ପ୍ରସ୍ଥାବ ଆସିଛି । ଖୁବ ଶିଘ୍ର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ କରାଯିବ । ଗୁଜୁରାଟର କଛ ରେ ହେଉଥିବା ରନ ଉତ୍ସବ ଭଳି କୋଣାର୍କ ରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଇକୋ ରିଟ୍ରିଟ୍ କାର୍ୟ୍ୟକ୍ରମ ବୋଲି ସମାବେଶରେ ରାଜ୍ୟ ସରକାରଙ୍କ ଓ କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ସକାଳେ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ କରିଥିଲେ । କୋଣାର୍କ ସୂର୍ୟ୍ୟ ମନ୍ଦିରରେ କାରୁକାର୍ୟ୍ୟ ପଥର ସ୍ଥାନରେ ଏଏସଆଇ ସାଧା ପଥର ଲଗାଉଥିବା ନେଇ ଅଭିଯୋଗ ଥିଲା । ତେଣୁ ସେଠାକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ ମନ୍ତ୍ରୀ ।

କାଣାର୍କ ସୂର୍ୟ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ, କୋଣାର୍କ ସୂର୍ୟ୍ୟ ମନ୍ଦିର ସୁରକ୍ଷିତ ଅଛି । ଆଗାମୀ ଶତାବ୍ଦୀ ପର୍ୟ୍ୟନ୍ତ ସୁରକ୍ଷିତ ରହିବ । ପୁରୀ ଓ କୋଣାର୍କକୁ ଆଇକନିକ ସିଟି ତାଲିକାରେ ସାମିଲ କରାଯିବ । କେନ୍ଦ୍ର-ରାଜ୍ୟ ମିଳିତ ସହଯୋଗରେ ପର୍ୟ୍ୟଟନ ଶିଳ୍ପର ଉନ୍ନତି କରାଯାଉଛି । ବିଦେଶୀ ପର୍ୟ୍ୟଟକଙ୍କୁ ଆକୃଷ୍ଟ ପାଇଁ କେନ୍ଦ୍ର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛି ବୋଲି କେନ୍ଦ୍ର ପର୍ୟ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ପ୍ରତିକ୍ରିୟା ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

20 + 6 =