କଲେଜ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର: କରୋନା କଟକଣା ଲାଗି ସ୍କୁଲ କଲେଜ ସବୁ ବନ୍ଦ ରହିଛି । କର୍ମଚାରୀମାନେ କଲେଜ ଆସୁ ନାହାଁନ୍ତି । ତେବେ ଏଥରକ କଲେଜ ଆସିବେ ବୋଲି ସୂଚନା ମିଳିଛି । ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ କଲେଜ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁଲାଇ ୭ ତାରିଖରୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ କୋଭିଡ ପାଇଁ ୫୦% ଷ୍ଟାଫ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର ହେଉଥିଲା । ଆଗକୁ ୟୁଜି ଏବଂ ପିଜି ପରୀକ୍ଷା ଥିବାରୁ ସମସ୍ତ ଷ୍ଟାପ କଲେଜ ଆସିବା ଜରୁରୀ ବୋଲି କୁହାଯାଇଛି । ଏନେଇ ଆଜି କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ ।

Share

Leave a Reply

Your email address will not be published. Required fields are marked *

1 + 13 =