ଆସିଲା ଜିଓର ଡାଟା ଋଣ ସୁବିଧା

ମୁମ୍ବାଇ: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର‌୍ୟ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁୁ ବିଭିନ୍ନ କାରଣରୁ ସମର୍ଥ ହୋଇପାରନ୍ତି ନାହିଁ, ଏକଥା ଜିଓ ହୃଦୟଙ୍ଗମ କରିଛି । ସେଥିପାଇଁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କରାଯାଇଛି ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ ଏବଂ ଏଥିପାଇଁ ପରବର୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ । ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ସର୍ବାଗ୍ରେ ରହିଥିବା ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ, ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ ।

Share

Leave a Reply

Your email address will not be published. Required fields are marked *

sixteen − 4 =