ରାଜ୍ୟରେ ଶିଳ୍ପାୟନର ନୂଆ ଅଧ୍ୟାୟ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ 27ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେ ମଧ୍ୟରୁ 5ଟି ପ୍ରକଳ୍ପର ଉଦଘାଟନ କରାଯାଇଥିଲା ବେଳେ 22ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଚନ୍ତି । ଏହିସବୁ ପ୍ରକଳ୍ପରେ 8938 କୋଟି 81 ଲକ୍ଷ ଟଙ୍କାର ପୁଂଜିନିବେଶ ହେଉଥିବା ବେଳେ 12 ହଜାର 142 ଜଣ ଯୁବକ ଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ  ।

ପୁଂଜିନିବେଶରେ ଓଡିଶା ଦେଶର ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରେ ଅନ୍ୟତମ ହେବାକୁ ଲକ୍ଷ୍ୟ ରଖିଛି । ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଓଡିଶାର ଦେଶରେ ପୁଂଜିନିବେଶକାରୀଙ୍କ ପ୍ରଥମ ପସନ୍ଦ ହୋଇଛି । ଏହି ସମୟରେ ମଧ୍ୟରେ ଦେଶରେ ହୋଇଥିବା ପୁଂଜିନିବେଶର 18 ପ୍ରତିଶତ ପୁଂଜି ଓଡିଶାରେ ନିବେଶ ହୋଇଛି । ଏହିସବୁ ପ୍ରକଳ୍ପ କିଭଳି ସଫଳତାର ସହ କାର୍ଯ୍ୟକ୍ଷମ ହେବ ତାହାକୁ ଫୋକସ ଦିଆଯିବାକୁ ଉଚିତ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସବୁକ୍ଷେତ୍ରରେ ରୂପାନ୍ତରଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର 5-ଟି ମନ୍ତ୍ର କାର୍ଯ୍ୟକାରୀ କରିଛନ୍ତି । ଏହା ଟିମୱାର୍କ, ସ୍ବଚ୍ଛତା, ବୈଷୟିକ ଜ୍ଞାନ ଓ ସମୟାନୁବର୍ତ୍ତିତା ଦ୍ବାରା ସମ୍ଭବ । ରାଜ୍ୟ ସରକାରଙ୍କ ଏହି ଯୋଜନା କାମ କରୁଥିବା ବେଳେ ଶିଳ୍ପ ବିକାଶରେ ଉତ୍ସାହମୂଳକ ଫଳ ଦେଖିବାକୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜିକୁ ଠିକ ବର୍ଷକ ପରେ 2020 ମେକ ଇନ ଓଡିଶା କନକ୍ଲେଭର ଆୟୋଜନ ହେବ । ତେଣୁ ସମସ୍ତେ ଏକାଠି କାମ କରି ଏହାକୁ ଦେଶର ସର୍ବବୃହତ ପୁଂଜିନିବେଶ ସମ୍ମିଳନୀ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । 2020 ନଭେମ୍ବର 30ରୁ ଡିସେମ୍ବର 4 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀକୁ ସେ ବିଶ୍ବର ଶିଳ୍ପପତିଙ୍କୁ ଏହି ଅବସରରେ ଆହ୍ବାନ କରିଛନ୍ତି ।

ଆଜି 27 ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ ଯେ, ଏହିସବୁ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକ୍ଷମ ହେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ । ଏହିସବୁ ପ୍ରକଳ୍ପ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିର ନୂଆ ଯୁଗ ସୃଷ୍ଟି କରିବା ସହ ଓଡିଶାକୁ ଶିଳ୍ପ ସମ୍ବୃଦ୍ଧ ରାଜ୍ୟ ଭାବେ ଗଢି ତୋଳିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ 1994 କୋଟି ଟଙ୍କା ପୁଂଜିନିବେଶରେ ପ୍ରତିଷ୍ଠା ହୋଇଥିବା ଓସିଏଲ ଇଣ୍ଡିଆର ସିମେଣ୍ଟ କାରଖାନା, 452 କୋଟି 55 ଲକ୍ଷ ଟଙ୍କା ପୁଂଜି ନିବେଶରେ ପ୍ରତିଷ୍ଠା ହୋଇଥିବା ଶ୍ରୀ ସିମେଣ୍ଟ ଲିମିଟେଡ, 238 କୋଟି 97 ଲକ୍ଷ ଟଙ୍କା ପୁଂଜିନିବେଶରେ ନିର୍ମିତ ପ୍ରୋ ମିନେରାଲ୍ସ, 52.41 କୋଟି ଟଙ୍କାର ଓମଜୟ ଇଭି କାରଖାନା ଏବଂ ସୂରଜ ପ୍ରଡକ୍ଟସର ସଂପ୍ରସାରଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − 11 =