ଶୁକ୍ରବାର ବିଜେପିରେ ମିଶିବେ ଦାମ

ଭୁବନେଶ୍ବର () ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଆପାତତ ସ୍ଥିର ହୋଇଛି । ଏ ସମ୍ପର୍କରେ ମଧ୍ୟ ବିଜେପି ହାଇକମାଣ୍ଡଙ୍କ ଠାରୁ ସବୁଜ ସଂଙ୍କେତ ମିଳିସାରିଛି । ଦାମୋ ମଧ୍ୟ କଂଗ୍ରେସ ଓ ବିଜେପି ସହିତ ମୂଲଚାଲ କରିବା ପରେ ତାଙ୍କ ମିଶନରେ ସଫଳ ହୋଇଛନ୍ତି । ଆସନ୍ତା ଶୁକ୍ରବାର ସେ ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ମିଶିବେ ଏବଂ ପାରାଦୀପ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ ।

ଡାକ୍ତର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ନିଜେ ଏକ ଦଳ ଗଢିବେ କିମ୍ବା ନବୀନ ବିରୋଧି ମେଣ୍ଟ କରିବେ ଏହାକୁ ନେଇ ବହୁ କସରତ କରି ସେଥିରେ ବିଫଳ ହେବା ପରେ ଶେଷରେ ସେ ପିଜେପିର ଆଶ୍ରା ନେଇଛନ୍ତି ।

ମନ୍ତ୍ରୀ ଥିବା ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀରେ ହରିଜନ ବିରୋଧି ମନ୍ତବ୍ୟ ପାଇଁ ଦାମଙ୍କ ବିରୋଧରେ ନିମ୍ନ ଅଦାଲତରେ ଏକ ମକଦ୍ଧମା ରୁଜୁ ହୋଇଥିଲା । ସେ ଏହି ଅଭିଯୋଗ ବିରୁଦ୍ଧରେ ହାଇକୋର୍ଟକୁ ଯାଇ ମକଦମା ଖାରଚ କରିବା ପାଇଁ ଆବେଦନ କରିଥିଲେ । ଆଜି ମାନ୍ୟବର ହାଇକୋର୍ଟ ଦାମଙ୍କ ସପକ୍ଷରେ ରାୟ ଦେଇ ତାଙ୍କୁ ଅଭିଯୋଗ ମୁକ୍ତ କରିଛନ୍ତି । ଏହାପରେ ଦାମ ଅଧିକ ଉସ୍ôାହିତରେ ହୋଇପଡିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − 8 =