କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

କଟକ: କଟକରୁ ପୁଣି ଧଳା ଜହର ଜବତ। କଟକରୁ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ରାଉନସୁଗାର ଜବତ ହୋଇଛି। ସ୍ପେଶାଲ ସ୍କ୍ଵାଡ୍ ଓ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହି ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ପ୍ରେସ୍ ମିଟ୍ କରି ସୂଚନା ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ଜଳେଶ୍ଵର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏହି ଅଭିଯୁକ୍ତମାନେ ବିଭିନ୍ନ ଅଞ୍ଚଳକୁ ଯୋଗାଉଥିଲେ। ଏହି ସବୁ ବ୍ରାଉନସୁଗାର ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡାରେ ବିକ୍ରି ହୋଇଥାନ୍ତା। ଗତ ୫ ମାସରେ କଟକ ସହରରୁ ୪ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। କୋଲକାତା ପଟୁ ଜଳେଶ୍ଵର ବାଲେଶ୍ଵର ଦେଇ ବିଭିନ୍ନ ଅଞ୍ଚଳକୁ ବ୍ରାଉନସୁଗାର ଯାଉଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

Share

Leave a Reply

Your email address will not be published. Required fields are marked *

5 × 3 =