ନେତାଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା ପୋଲିସ

ତାମିଲନାଡୁ: ତାମିଲନାଡୁର କୋଏମ୍ବାଟୁରରେ ୨ ଜଣ ହିନ୍ଦୁବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପୁଲିସ୍‌ ନଷ୍ଟ କରିଦେଇଛି। ହତ୍ୟାକାଣ୍ଡକୁ ସଫଳ କରିବାକୁ କୋଏମ୍ବାଟୁର ଆସିଥିବା ୫ ଜଣ ସୁପାରି କିଲର୍‌ଙ୍କୁ ପୁଲିସ୍‌ ଗିରଫ କରିଛି । ଏହି ୫ ଜଣ ସୁପାରି କିଲର୍‌ ପ୍ୟାରୋଲରେ ଆସିଥିବା ଜଣେ ଅଭିଯୁକ୍ତଙ୍କ ବାହାଘରକୁ ଆସିଥିବା ବେଳେ ପୁଲିସ୍‌ ସମସ୍ତଙ୍କୁ ଶନିବାର ଗିରଫ କରିଥିଲା।  ପୁଲିସ୍‌ କହିବା ଅନୁସାରେ ଗିରଫ ୫ ସୁପାରିକିଲର୍‌ ହିନ୍ଦୁ ମକ୍କଲ କାଟଚି ସଂଗଠନର ଦୁଇ ଜଣ ନେତାଙ୍କୁ ହତ୍ୟା କରିବାକୁ ଏଠାକୁ ଆସିଥିଲେ। ଗଣେଶ ପୂଜାରେ ଏମାନେ ଦୁଇ ହିନ୍ଦୁ ନେତାଙ୍କୁ ହତ୍ୟା କରି ସାଂପ୍ରଦାୟିକ ହିଂସା ସୃଷ୍ଟି କରିଥାଆନ୍ତେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ସେମାନଙ୍କ ଠାରୁ ୫ଟି ବଡ଼ ଦା’ ଆକୃତିର ଅସ୍ତ୍ର ଜବତ କରାଯାଇଛି। ଏମାନଙ୍କୁ ପୁଲିସ୍‌ ଆତଙ୍କବାଦୀ ଭାବେ ନାମିତ କରି ନଥିଲେ ହେଁ ଏମାନଙ୍କ ସମ୍ପର୍କ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଥିଲା ବୋଲି ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

5 × 2 =