ଶକ୍ତି ଭିତ୍ତିଭୂମୀର ପୁନରୁଦ୍ଧାର ପାଇଁ କୋଲ ଇଣ୍ଡିଆ ଦେଲା 50 କୋଟି

ଭୁବନେଶ୍ବର () ବାତ୍ୟା ଫନି ଯୋଗୁଁ ରାଜ୍ୟର ବିଭିନ୍ନ ଅଂଚଳରେ ଶକ୍ତି ଭିତ୍ତିଭୂମୀର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ପୁନରୁଦ୍ଧାର ପାଇଁ ଆଜି କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡମା)ଙ୍କୁ 50 କୋଟି 32 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଆଜି କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୌଧୁରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶିଷ ଉପାଧ୍ୟାୟ, କୋଲ ଇଣ୍ଡିଆର ଅଧ୍ୟକ୍ଷ୍ୟ ଏ.କେ. ଝା, ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା, ଓଡିଶା ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏବଂ ମହାନଦୀ କୋଲଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏନ. ଶୁକ୍ଳା ଉପସ୍ଥିତ ଥିଲେ ।

ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଓପିଟିସିଏଲ ଜରିଆରେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯିବ । ଏଥିରେ ପୁରୀ, ଭୁବନେଶ୍ବର, କଟକ ଓ କୋଲ ଇଣ୍ଡିଆର କାର୍ଯ୍ୟ କ୍ଷେତ୍ର ମଧ୍ୟରେ ଥିବା ଅଞ୍ଚଳଗୁଡିକରେ ଶକ୍ତି ଭିତ୍ତିଭୂମୀର ଉନ୍ନତି ପାଇଁ 3ଟି 220 କେଭି ଓ ଦୁଇଟି 132 କେଭି ବିଦ୍ୟୁତ ସରବରାହ ଲାଇନ ସ୍ଥାପନ କରାଯିବ ।

Share

Leave a Reply

Your email address will not be published. Required fields are marked *

twenty − seventeen =