ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ

ବରଗଡ଼: ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟ । ସବୁଆଡେ ଖାଲି ପାଣି ପାଣି । ନଦୀଗୁଡ଼ିକରେ ଜଳସ୍ତର ବଢ଼ିଯାଇଛି । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜୀରା ନଦୀ ପାଣି ସୁଅରେ ଭାସିଲେ ବାଇକ ଆରୋହୀ । ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ଭାସିଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହି ବାଇକ ଆରୋହୀ ଉଦ୍ଧାର ହୋଇଛନ୍ତି ।ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ହେଲେ ପାଣି ସୁଅରେ ରାସ୍ତା ଏବେ ଧୋଇ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜୀରା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

1 × two =