କ୍ରୀଡ଼ାମନ୍ତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମକୁ ସରପ୍ରାଇଜ ଭିଜିଟ

ଭୁବନେଶ୍ୱର() ଇଲେକ୍ଟ୍ରୋନିକ, ଆଇଟି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କଳିଙ୍ଗ ଷ୍ଟାଡିୟମ୍କୁ ଅଚାନକ ଗସ୍ତ କରିବା ସହ ଷ୍ଟାଡିୟମ୍ର ଭିତ୍ତିଭୂମି ଏବଂ ଏଠାରେ ଥିବା ହାଇ ପରଫରମାନ୍ସ ସେଣ୍ଟରଗୁଡ଼ିକର ସ୍ଥିତି ଯାଞ୍ଚ କରିଥିଲେ । ଷ୍ଟାଡିୟମ୍ ପରିସରରେ ଥିବା ଫୁଟବଲ ପଡ଼ିଅ ।, ଗଗନ ନାରଙ୍ଗ ୨୫ ମିଟର ସୁଟିଂ ରେଞ୍ଜ, ରିଲାୟ୍ସ ଆଥ୍ଲେଟିକ୍ ହାଇ ପରଫରମାନ୍ସ ସେଣ୍ଟର, ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ ।ଏଥି ସହିତ ଅଭିନବ ବିନ୍ଦ୍ରା ସେଣ୍ଟରର ଖେଳାଳୀମାନଙ୍କ ଆହତଜନିତ ସମସ୍ୟାକୁ କିପରି କ୍ରାୟୋଜେିକ୍ ଥେରାପି ମାଧ୍ୟମରେ ତୁରନ୍ତ ଠିକ୍ କରାଯାଇ ପାରୁଛି ତାହା ଦେଖିଥିଲେ । ଏହିସବୁ ବ୍ୟବସ୍ଥା ଖେଳାଳୀମାନେ ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବା ସହ ଅ ।ନ୍ତର୍ଜାତିକ ମାନର ଖୋଳାଳୀ ସୃଷ୍ଟି କରିବାରେ ଅଧିକ ସହାୟକ ହେବ ବୋଲି ଦାୟିତ୍ୱରେ ଥିବା ଅଧିକାରୀମାେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଉପଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ ଉପଶାସନ ସଚିବ ତଥା କଳିଙ୍ଗ ଷ୍ଟାଡିୟମ୍ର ପ୍ରଶାସକ ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

Share

Leave a Reply

Your email address will not be published. Required fields are marked *

20 + 16 =