ବ୍ରହ୍ମପୁର ସ୍କେଟିଂ ଏକାଡେମୀ କ୍ରୀଡାବିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର () ବିଶ୍ବ ପ୍ରସିଦ୍ଧ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିବା ବ୍ରହ୍ମପୁର ସ୍କେଟିଂ ଏକାଡେମୀର 19 ଜଣ କ୍ରୀଡାବିତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍କେଟିଂ କଳା ପ୍ରତିଭାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କୁ ରୂପା ତାରକସୀର ଏକ ଉପହାର ଦେଇଥିଲେ ।

2018 ନଭେମ୍ବର 10 ତାରିଖରେ କର୍ଣ୍ଣାଟକରେ ଅନୁଷ୍ଠିତ ରୋଲର ସ୍କେଟିଂରେ ଶିବଗଙ୍ଗା ରୋଲାର ସ୍କେଟିଂ କ୍ଲବ ପକ୍ଷରୁ ଏକ ସମୟରେ 545 ଜଣ କ୍ରୀଡାବିତ ନିରବଚ୍ଛିନ୍ନ ଭାବେ 49 ଘଣ୍ଟା ସ୍କେଟିଂ କରି ବିଶ୍ବ ରେକର୍ଡ କରିଥିଲେ । ଏହି ଇଭେଣ୍ଟରେ ବ୍ରହ୍ମପୁର ସ୍ପୋର୍ଟିଂ ଏକାଡେମୀର ଏହି 19ଜଣ କ୍ରୀଡାବିତ ଅଂଶଗ୍ରହଣ କରି ସଫଳ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଏବଂ କ୍ରୀଡା ନିର୍ଦ୍ଦେଶ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + 1 =