ରୋମ୍ ଅଭିମୁଖେ ଗସ୍ତ କଲେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଟାଲୀର ରୋମ୍ ଅଭିମୁଖେ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5-T ସଚିବ ଭି.କେ ପାଣ୍ଡିଆନ୍, ଯୋଗାଣ ସଚିବ ଭି.ଭି. ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀ ସ୍ଥିତ ଆବାସିକ କମିଶନର ରବିକାନ୍ତ ବିଦେଶ ଗସ୍ତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ରୋମ ସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ସଫଳତା କାହାଣୀ ସଂକ୍ରାନ୍ତୀୟ ଏକ କାର୍ଯ୍ୟକ୍ରମରେ ଭାଗ ନେବେ। ରୋମରେ ରହିଣୀ ସମୟରେ ଖ୍ରିଷ୍ଟିଆନ୍ ଧର୍ମଗୁରୁ ପୋପ୍ ଫ୍ରାନସିସ୍‌ଙ୍କୁ ଭାଟିକାନ ସିଟିରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବା ସହ ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳା ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତର ପ୍ରକ୍ରିୟାରେ ପ୍ରବାସୀ ଓଡ଼ିଆମାନେ ସାମିଲ ହେବାକୁ ସେମାନଙ୍କ ସହ ଆଲୋଚନା କରିବେ ନବୀନ ।

୨୬ ତାରିଖ ଅପରାହ୍ନ ୩.୨୫ରେ ରୋମରୁ ଦୁବାଇ ଫେରିବେ।

ଏହାପରେ ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ। ୩୦ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରି ରାତି ୧୧.୩୦ରେ ଏଠାରେ ପହଞ୍ଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହେଇଛି ।

Share

Leave a Reply

Your email address will not be published. Required fields are marked *

14 + 12 =