ସୁସ୍ଥ, ସ୍ବଚ୍ଛ ଓ ସବୁଜ ଓଡିଶା ଗଠନ ବିଜେଡିର ଲକ୍ଷ୍ୟ

ଆରମ୍ଭ ହେବ ସମାଜ ସେବା ୱିଙ୍ଗ

ଆଜିଠାରୁ ଆରମ୍ଭ ହେଲା ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ବର ()ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା । ଚଳିତ ବର୍ଷ ଗାନ୍ଧିଜୀଙ୍କ 150ତମ ଜୟନ୍ତୀ ପାଳନ ହେଉଥିବାରୁ ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଦଳ ଜାତୀର ପିତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାବାସୀଙ୍କ ଆଶୀର୍ବାଦ ଓ ଆମର କର୍ମୀ ଭାଇଭଉଣୀଙ୍କ କଠିନ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ସରକାର ପୁଣି ଥରେ ଲୋକଙ୍କ ସେବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ସମସ୍ତଙ୍କ ପାଖରେ ଋଣୀ ।

ଆମର ପଦଯାତ୍ରା ଲୋକଙ୍କୁ ଭେଟିବା ପାଇଁ ଏକ ସୁଯୋଗ । ଏହି ସମୟରେ ଆପଣ ଦୁଇ ବିଷୟ ଉପରେ ଗୁରୁତ୍ବ ଦଅନ୍ତୁ । ପ୍ରଥମେ ଲୋକଙ୍କ ସମସ୍ୟା ବୁଝନ୍ତୁ, ଦ୍ବିତୀୟରେ ସରକାରଙ୍କ ଭଲ କାମକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଜେଡି ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେ କହିଥିଲେ ଯେ, କିଛି ବର୍ଷ ତଳେ ଆମେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଜି ଏହା ସାରା ଦେଶରେ ଏକ ଏକ ସଫଳ ରକ୍ତଦାନ ଅଭିଯାନରେ ପରିଣତ ହୋଇଛି । ଆମେ ଏପର୍ଯ୍ୟନ୍ତ 3 ଲକ୍ଷ ୟୁନିଟ ରକ୍ତ ଲୋକଙ୍କ ଜୀବନ ରକ୍ଷା ପାଇଁ ଦେଇ ପାରିଛୁ । ଆମର ଏହି ଆନ୍ଦୋଳନରେ 10 ଲକ୍ଷ ଲୋକ ସାମିଲ ହୋଇ ଏହାକୁ ଶକ୍ତିଶାଳୀ କରିଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଗାନ୍ଧୀ ଥିଲେ ସେବା ଓ ସଂଗ୍ରାମର ପ୍ରତୀକ । ତାଙ୍କର 150 ତମ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଏକ ସମାଜ ସେବା ୱିଙ୍ଗ ଆରମ୍ଭ କରିବ । ଏହି ୱିଙ୍ଗ ବୃକ୍ଷରୋପଣ ଓ ସୁସ୍ଥ ପରିବେଶ, ରକ୍ତ ଦାନ ଓ ସ୍ବାସ୍ଥ୍ୟ ସେବା ସହଯୋଗ ଯୋଗାଇଦେବ । ଆମ ଲକ୍ଷ୍ୟ ହେଉଛି ଓଡିଶାକୁ ସ୍ବଚ୍ଛ ଓ ସବୁଜ କରିବା ସହ ରାଜ୍ୟବାସୀଙ୍କୁ ସୁସ୍ଥ ରଖିବା ।

ଆମ ଦଳର ସବୁ କାର୍ଯ୍ୟକ୍ରମ ମଧ୍ୟରୁ ସମାଜ ସେବା ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ । ମୁଁ ଚାହେଁ ଆମର ଯୁବକ ବନ୍ଧୁମାନେ ଆଗେଇ ଆସନ୍ତୁ ଏବଂ ଏହାକୁ ଏକ ଶକ୍ତିଶାଳୀ ଆନ୍ଦୋଳନ ଭାବେ ଗଢି ତୋଳନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 2 =