ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଉପରେ ତିଆରି ହେବ ସିନେମା

ପାକିସ୍ତାନର ବାଲାକୋଟ୍ଠାରେ ସଂଗଠିତ ଏୟାର ଷ୍ଟ୍ରାଇକ୍ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ କେତେକ ପ୍ରଯୋଜକ,ନିର୍ଦ୍ଦେଶକ ଏବେ ଅଣ୍ଟା ଭିଡ଼ିଛନ୍ତି। କୁହାଯାଉଛି ଯେ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀ, ଭୂଷଣ କୁମାର, ମହାବୀର ଜୈନ ଓ ଅଭିଷେକ କପୁର ଗତ ଫେବୃଆରି ୨୬ ତାରିଖରେ ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଉପରେ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ଫିଲ୍ମର ନିର୍ମାଣ ହେବା ପୂର୍ବରୁ କାହାଣୀ ଉପରେ ଗବେଷଣା ଚାଲିଥିବାର ସୂଚନା ମିଳିଛି।
ଏହି ଫିଲ୍ମରେ ପ୍ରଯୋଜକ-ନିର୍ଦ୍ଦେଶକ ଭାରତୀୟ ସେନାର ବୀରତ୍ୱର ପ୍ରଦର୍ଶନ କରିବେ ବୋଲି ଜଣାଯାଇଛି। ଏହି ଫିଲ୍ମର ଲାଭାଂଶ ଆର୍ମଡ ଫୋର୍ସେସ୍ େଓ୍ଵଲଫେୟାର୍ ପଂଣ୍ଡକୁ ଦିଆଯିବ। ଏହି ଫିଲ୍ମର କାଷ୍ଟିଂ ହୋଇ ନ ଥିଲେ ବି ବଲିଉଡର ବହୁ ଟପ୍ ହିରୋ ଏଥିରେ କାମ କରିବା ଲାଗି ନିଜ ଆଡୁ ଆଗ୍ରହ ପ୍ରଦର୍ଶନ କରିଛନ୍ତି।

ଏହି ଫିଲ୍ମ ପାଇଁ କେତେଗୁଡିଏ ଟାଇଟଲ୍ ବି ଇତିମଧ୍ୟରେ ମୋସନ୍ ପିକ୍ଚର୍ସ ଆସୋସିଏସନରେ ପଂଜୀକୃତ ହୋଇଛି। ଏହି ଟାଇଟଲ ଗୁଡିକ ହେଲା-ବାଲାକୋଟ୍, ପୁଲଓ୍ଵାମା:ଦ ଡେଡଲିି ଆଟାକ୍, ସର୍ଜିକାଲ୍ ଷ୍ଟ୍ରାଇକ୍ ୨.୦, ହିନ୍ଦୁସ୍ତାନ୍ ହମାରା ହେ,ହାଓ ଇଜ୍ ଦ ଜୋଶ୍’।

Share

Leave a Reply

Your email address will not be published. Required fields are marked *

11 − eight =