ସାଂସଦଙ୍କ ୨୩୮ କୋଟି ସମ୍ପତ୍ତି ଜବତ କଲା ଇଡି

ତୃଣମୂଳ କଂଗ୍ରେସ ସାଂସଦଙ୍କର ୨୩୮ କୋଟି ଟଙ୍କାର ସମ୍ପତ୍ତି ଜବତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଏହି ସମ୍ପତ୍ତି ଜବତ କରିଛି । ରାଜ୍ୟ ସଭା ସାଂସଦ କେ.ଡି. ସିଂହ ପଞ୍ଜି ସ୍କିମ୍ରେ ଘୋଟାଲା କରିଥିବା ଅଭିଯୋଗରେ ତାଙ୍କ ଉପରେ ଏହି ଚଢ଼ାଉ କରାଯାଇଛି । ଅଭିଯୋଗ ଅନୁଯାୟୀ, କେ.ଡି. ସିଂହଙ୍କ କମ୍ପାନୀ ଅଲ୍କେମିଷ୍ଟ ଇନଫ୍ରା ରିୟଲିଟି ଲିମିଟେଡ୍ ସାଧାରଣ ଜନତାଙ୍କ ଠାରୁ ପଞ୍ଜି ସ୍କିମ୍ରେ ୧୯୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲା । ବିଭିନ୍ନ ସ୍କିମ୍ କରି ଏସବୁ ଟଙ୍କା ନେଇଥିଲେ ମଧ୍ୟ ଯେଉଁ ଉଦ୍ଦେଶ୍ୟରେ ନେଇଥିଲେ ସେହି କାମରେ ଲଗାଇ ନଥିଲେ । ତେଣୁ ୨୦୧୬ରୁ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଥିଲା ।
ଅନେକ ଦିନରୁ ଇଡି ସାଂସଦ କେ.ଡି. ସିଂହଙ୍କ ଉପରେ ନଜର ରଖିଥିଲା । ତଦନ୍ତ ବି ଚାଲିଥିଲା । ହେଲେ ଆଜି ପୂରା ସମ୍ପତ୍ତିକୁ ଜବତ କରିଛି । ଏଥିରେ ରହିଛି ଜେଫରି ଠାରେ ଥିବା ଏକ ରିସୋର୍ଟ, ଚଣ୍ଡିଗଡ଼ରେ ଏକ ସୋରୁମ୍ ଏହା ସହିତ ପଞ୍ଜାବ ଓ ହରିୟାଣାରେ ରହିଥିବା ସମ୍ପତ୍ତି ସବୁ ଇଡି ଜବତ କରିଛି । ଜଣେ ଜଣାଶୁଣା ବ୍ୟବସାୟୀରୁ ରାଜନେତା ପାଲଟିଛନ୍ତି କେ.ଡି ସିଂହ । ପ୍ରଥମେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଥିଲେ ପରେ ତୃଣମୂଳ କଂଗ୍ରେସକୁ ଆସି ୨୦୧୦ରୁ ରାଜ୍ୟସଭା ସାଂସଦ ଅଛନ୍ତି । ଏହା ସହିତ ସେ ହରିଆଣା ହକି ସଂଘର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen − two =