ନବୀନଙ୍କ ଅପିଲ : ପ୍ଲାଷ୍ଟିକକୁ କର ବର୍ଜନ

ଭୁବନେଶ୍ବର () ସାରା ଦେଶ ଆଜି ଭକ୍ତିର ସହ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସୁସ୍ଥ ଓ ସ୍ବଚ୍ଛ ପରିବେଶ ଗଠନ ପାଇଁ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି । ଆଜି ଟ୍ବିଟରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଏଭଳି ବର୍ତ୍ତା ଦେଇଛନ୍ତି ।

ସେ କହିଛନ୍ତି ଯେ, ଗାନ୍ଧିଜୀ ସମଗ୍ର ମାନବ ଜାତି ପାଇଁ ଆଦର୍ଶ। ଗାନ୍ଧୀଜୀଙ୍କ ବିଚାରଧାରା ଆଜି ମଧ୍ୟ ଅନେକ ମହତ୍ତ୍ବ ରଖିଛି। ସେହି ବିଚାରଧାରାକୁ ପାଥେୟ କରି ଆସନ୍ତୁ, ଏକ ସ୍ବଚ୍ଛ ଓ ପ୍ଲାଷ୍ଟିକମୁକ୍ତ ସମାଜ ଗଠନ କରିବା।

ସେ କହିଛନ୍ତି ଯେ, ଗାନ୍ଧିଜୀ ସବୁବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେଉଥିଲେ । କାରଣ ଶାନ୍ତି ଓ ଉନ୍ନତି ପାଇଁ ଏହା ସବୁଠୁ ମହତ୍ବପୂର୍ଣ୍ଣ ଦିଗ । ତେଣୁ ଆଜିର ଦିନରେ ସମସ୍ତେ ପରିବେଶକୁ ସ୍ବଚ୍ଛ ଓ ସୁସ୍ଥ ରଖିବାକୁ ପ୍ଲାଷ୍ଟିକକୁ ବର୍ଜନ କରିବାକୁ ଶପଥ ନେବାକୁ ନବୀନ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 6 =