ଦୁଇ ଅନାଥ ଶିଶୁଙ୍କ ଦାୟିତ୍ବ ନେଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି () ତିତଲି ବାତ୍ୟାରେ ବାପାଙ୍କୁ ହରେଇଥିବା ଦୁଇଜଣ ଶିଶୁଙ୍କୁ ଆଜି ଗଜପତି ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ମହେନ୍ଦ୍ରଗିରି ପର୍ବତରେ ଭୁସ୍ଖଳରେ ପ୍ରାଣ ହରେଇଥିବା ଶେଖର ଶବରଙ୍କ ଦୁଇ ସନ୍ତାନଙ୍କ ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ  ।

ସୁଆବା ଗାଁର ଶେଖର ଭୁସ୍ଖଳରେ ପ୍ରାଣ ହରାଇଥିଲା । ତାର ମୃତ ଦେହ ଗରାବନ୍ଧ ପୋଲିସ ଷ୍ଟେସନ ଅଂଚଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଶେଖରଙ୍କ ପତ୍ନୀ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ପୋଲିସ ଅଫିସର ପ୍ରଶାନ୍ତ ଭୂପତି ଏହି ଦୁଇ ଅନାଥ ଶିଶୁଙ୍କ ସଂପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନର ସହାୟତାରେ ସେମାନଙ୍କୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଥିଲା ।

ଗଜପତି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ଯେ, ଏହି ଦୁଇ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି ଏବଂ ସେମାନଙ୍କୁ ନବଜୀବନ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟରେ ରଖାଯିବ । ଜିଲ୍ଲା ପ୍ରଶାସନ ଏହି ଦୁଇ ଶିଶୁଙ୍କ ଦାୟିତ୍ବ ନେଇଛନ୍ତି । ଏଥିପାଇଁ ସିଡବ୍ଲୁସି ସହ ସବୁ ପ୍ରକାର ସରକାରୀ କାର୍ଯ୍ୟକ୍ରମ ଶେଷ ହୋଇଛି ।

ଶେଖର ଝିଅ ମିଲି ଶବର କହିଛି ଯେ, ତାଙ୍କ ବାପାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ସେମାନଙ୍କ ସବୁ ଦାୟିତ୍ବ ନେବେ ବୋଲି କହିଛନ୍ତି । ତେଣୁ ଭବିଷ୍ୟତରେ ସେମାନେ ଭଲ ମିଣିଷ ହେବାକୁ ଚେଷ୍ଟା କରିବେ ।

Share

Leave a Reply

Your email address will not be published. Required fields are marked *

five + 19 =