ଉତ୍କଳ ଜନନୀଙ୍କ ଗୌରବ ବୃଦ୍ଧି ପାଇଁ ସମର୍ପିତ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର () ଉତ୍କଳ ଜନନୀଙ୍କ ଗୌରବ ବୃଦ୍ଧି ପାଇଁ ଛାତ୍ର ଓ ଯୁବସମାଜ ସମର୍ପିତ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଆଜି ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଓଡିଶା ଶାଖା ପକ୍ଷରୁ ଆୟୋଜିତ ଉତ୍କଳ ପୂଜନ ସଂକଳ୍ପ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଛାତ୍ର ଓ ଯୁବସମାଜକୁ ଏହି ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବନ୍ଦେ ଉତ୍କଳ ଜନନୀ ହେଉଛି ସବୁ ଓଡିଆଙ୍କ ପ୍ରିୟ ସଂଗୀତ । ଏଥିରେ ଉତ୍କଳ ମାତା ପ୍ରତି ଭକ୍ତି ଓ ଏହାର ବିକାଶ ପାଇଁ ଶକ୍ତି ମଧ୍ୟ ଭରି ରହିଛି । ଏହା କେବଳ ମାତ୍ର ଏକ ସଙ୍ଗୀତ ନୁହେଁ, ଏହା ଚାରି କୋଟି ଓଡିଆଙ୍କ ସ୍ବାଭିମାନର ପ୍ରତୀକ । ତେଣୁ ସବୁ ଓଡିଆ ମାଟି ମାକୁ ଭଲ ପାଇବା ସହିତ ମାଟି ମର ବିକାଶ ପାଇଁ ସଙ୍କଳ୍ପବଦ୍ଧ ହୋଇ କିଛି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାରତୀୟ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ସ୍ବତନ୍ତ୍ର ଲଫାଫା ଓ ଏକ ଡାକ ଟିକେଟ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ହଜାର ହଜାର ପିଲା ଏକାଠି ହୋଇ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ପ୍ରତିଷ୍ଠାତା ତଥା ରାଜ୍ୟ ସାଧାରଣ ସଂପାଦକ ଡକ୍ଟର କରୁଣାକର ପ୍ରଧାନ ସଭାପତିତ୍ବ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven − nine =