ନବଙ୍କ ପରେ ଆହୁରି 6 ବିଧାୟକ ବିଜେଡି ମୁହାଁ

ଭୁବନେଶ୍ବର () ଏକା କଂଗ୍ରେସ ବିଧାୟକ ନବ ଦାସ ନୁହଁନ୍ତି । ବିଜେପି ଓ କଂଗ୍ରେସର ଆହୁରି 6 ବିଧାୟକ ବିଜେଡି ମୁହାଁ ହୋଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସେମାନେ ବିଜେଡି ଯୋଗଦେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଏହି ବିଧାୟକମାନେ କେବଳ ସମୟ ଓ ସୁଯୋଗକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ସହ ଏକାଧିକ ପର୍ଯ୍ୟାୟ ଆଲୋଚନା ସରିଲାଣି ।

ଗତ 4 ମଧ୍ୟରେ ପ୍ରକାଶିତ ଅନେକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, 2019ରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାରକୁ ଫେରିବ । ଏବଂ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ବିଧାୟକ ବିଧାନସଭାକୁ ପ୍ରତିନିଧିତ୍ବ କରିବେ । ଏହିଦୃଷ୍ଟିରୁ ବିପକ୍ଷ ଦଳରେ ଥିବା ରାଜନୈତିକ ନେତାମାନେ ଆଉ ନିଜ ନିଜ ଦଳରେ ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ଦେଖୁନାହାଁନ୍ତି । ଏହି ଦୃଷ୍ଟିରୁ ସେମାନେ ବିଜେଡି ଆଡେ ମୁହାଁଇଛନ୍ତି ।

ନବ ଦାସ ଆସନ୍ତା 24ରେ ବିଜେଡିରେ ଯୋଗ ଦେବେ ବୋଲି ଗୋଟେ ପ୍ରକାର ସ୍ପଷ୍ଟ ହୋଇଗଲାଣି । ତାଙ୍କ ପରେ କଂଗ୍ରେସର ସାଲେପୁର ବିଧାୟକ ପ୍ରକାଶ ବେହେରା, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ, ତଲସରା ବିଧାୟକ ପ୍ରଫୁଲ୍ଲ ମାଝୀ ବି ଲାଇନ ଲଗାଇଛନ୍ତି । ସେହିଭଳି ବିଜେପିର ବ୍ରଜରାଜନଗର ବିଧାୟକ ରାଧାରାଣୀ ପଣ୍ଡା, ଦେବଗଡ ବିଧାୟକ ନିତେଶ ଗଙ୍ଗଦେବ ଏବଂ ଖରିଆର ବିଧାୟକ ଦୁର୍ଯୋଧନ ମାଝୀ ମଧ୍ୟ ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଛି । ନିତେଶ ପୂର୍ବରୁ କଂଗ୍ରେସ ଟିକେଟରେ ଥରେ ବିଧାୟକ ହୋଇଥିଲେ । ଦୁର୍ଯୋଧନ ମାଝୀ 1990ରେ ତତ୍କାଳୀନ ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ । ସେ ପୁଣି ଥରେ ନିଜ ପରିବାରକୁ ଫେରିବେ ।

Share

Leave a Reply

Your email address will not be published. Required fields are marked *

19 + 8 =