ମୂର୍ତ୍ତିର ରହିବ ନିର୍ଦ୍ଧିଷ୍ଟ ଉଚ୍ଚତା

ଭୁବନେଶ୍ୱର()  କରୋନା ସଂକ୍ରମଣ ସମୟରେ ଭୁବନେଶ୍ୱରରେ ଆଡ଼ମ୍ବରଶୂନ୍ୟ ପୂଜା କରାଯିବାକୁ ନିଷ୍ପତ୍ତି  ନିଆଯାଇଛି ।  ଆଜି ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।  ତେବେ ପୂଜାରେ କ’ଣ କରାଯିବ ଓ କ’ଣ ନକରାଯିବ ସେ ସମ୍ପର୍କରେ ଜାଣନ୍ତୁ

୧- ପୂଜାରେ ତୋରଣ ଓ ଆଲୋକାମଳା ଲାଗିବନି, ମାଇକ ବାଜିବନି
୨- କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ବିଚାର କରାଯିବ
୩- ପୂଜା କମିଟିର ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରାଯିବ
୪- ଘର ଘର ବୁଲି ଚାନ୍ଦା କରାଯିବନି, ସ୍ୱଇଚ୍ଛାରେ ଯିଏ ଯାହା ଦେବେ
୫- ଲୋକ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ
୬- ମୂର୍ତ୍ତିର ଉଚ୍ଚତା ୪ରୁ  ୫ଫୁଟ ମଧ୍ୟରେ ରହିବ, ନିର୍ଦ୍ଧିଷ୍ଟ ଉଚ୍ଚତା ହେବ
୭- ରାବଣ ପୋଡ଼ି ହେବନାହିଁ କି ଭସାଣ ଉତ୍ସବ କରାଯିବ ନାହିଁ
୮- କେବଳ ମୂର୍ତ୍ତି ବିସର୍ଜନ ଜରାଯିବ

Share

Leave a Reply

Your email address will not be published. Required fields are marked *

thirteen + eight =