ଆମ୍ବୁଲାନ୍ସରେ ଗଞ୍ଜେଇ

ଭଦ୍ରକ: ମାତିଛନ୍ତି ଗଞ୍ଜେଇ ମାଫିଆ । ଚୋରାଚାଲାଣ ବେଳେ ମାଡିବସିଲା ପୋଲ୍‌ିସ । ଚୋରାରେ ବେଆଇନ ସାମଗ୍ରୀ ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଆମ୍ବୁଲାନ୍ସରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଛି ଭଦ୍ରକ ପୋଲିସ । 

ସୂଚନା ଅନୁସାରେ, ଆମ୍ବୁଲାନ୍ସ ଭିତରେ ୫୦ କେଜିରୁ ଅଧିକ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଆମ୍ବୁଲାନ୍ସଟି ଗଞ୍ଜେଇ ନେଇ କଟକରୁ ଭଦ୍ରକ ଅଭିମୁଖେ ଆସୁଥିବା ନେଇ ସୂଚନା ମିଳିବା ପରେ ପୋଲିସ ଜାଣିବାକୁ ପାଇଥିଲା । 

ଏହାପରେ ଭଦ୍ରକ ଟାଉନ୍ ଥାନା ପୋଲିସ ବନ୍ତ ଛକ ନିକଟରେ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଏହି ଗାଡିରୁ ୫୦ କେଜିରୁ ଅଧିକ ଗଞ୍ଜେଇ ଟାଉନ ଥାନା ପୋଲିସ ରଖିଛି । ତେବେ ଗଞ୍ଜେଇ ଚୋରା କାରବାରର ଲିଙ୍କ କେତେ ବାଟ ଯାଏ ଲମ୍ବିଛି ସେନେଇ ପୋଲିସ ଅଧିକ ଛାନଭିନ ଜାରି ରଖିଛି । 

Share

Leave a Reply

Your email address will not be published. Required fields are marked *

2 × two =